29.1 C
Bhubaneswar
Friday, July 11, 2025
Homeଖେଳଆର୍‌ଆର୍‌ର ମୁଖ୍ୟ କୋଚ୍ ହେଲେ ରାହୁଲ ଦ୍ରାବିଡ୍

ଆର୍‌ଆର୍‌ର ମୁଖ୍ୟ କୋଚ୍ ହେଲେ ରାହୁଲ ଦ୍ରାବିଡ୍

ଜୟପୁର:  ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ୍ ଆଇପିଏଲ୍ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ମୁଖ୍ୟ କୋଚ୍ ନିଯୁକ୍ତ ହୋଇଛନ୍ତି । ରାଜସ୍ଥାନ ରୟାଲ୍ସ ସୋସିଆଡ୍ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ରେ ଏହି ଘୋଷଣା କରିବା ସହିତ ସେ ତୁରନ୍ତ ଟିମ୍ ସହ ଯୋଗଦେଇ କୁମାର ସାଙ୍ଗକାରାଙ୍କ କାମ କରିବେ ବୋଲି କୁହାଯାଇଛି । ରାଜସ୍ଥାନ ରୟାଲ୍ସ ସିଇଓ ଜ୍ୟାକ୍ ଶୁଶ୍ ମ୍ୟାକ୍ରମ୍ କହିଛନ୍ତି, ଭାରତୀୟ ଟିମ୍ ସହ ଦ୍ରାବିଡ୍‌ଙ୍କ କୋଚିଂ ଆମେ ଦେଖିସାରିଛୁ । ତାଙ୍କର ରୟାଲ୍ସ ସହ ଗଭୀର ସମ୍ପର୍କ ରହିଛି ଏବଂ ଆମେ କ୍ରିକେଟ୍ ଏବଂ ଟିମ୍ ପ୍ରତି ତାଙ୍କ ଭଲପାଇବାକୁ ଦେଖିଛୁ । ରାଜସ୍ଥାନର କୋଚ୍ ନିଯୁକ୍ତ ହେବାପରେ ରାହୁଲ ଦ୍ରାବିଡ୍ କହିଛନ୍ତି, ବିଶ୍ୱକପ୍ ପରେ ଦ୍ୱିତୀୟ ଆହ୍ୱାନ ସ୍ୱୀକାର କରିବାର ଏହା ଠିକ୍ ସମୟ ବୋଲି ମୋତେ ଲାଗୁଛି ଏବଂ ରାଜସ୍ଥାନ ରୟାଲ୍ସ ଏଥିପାଇଁ ସର୍ବୋତ୍ତମ ବିକଳ୍ପ । ରାଜସ୍ଥାନ ରୟାଲ୍ସ ମନୋଜ ବଦାଲେ କହିଛନ୍ତି, ଆମେ ଗତ କିଛିବର୍ଷ ହେବ ଉନ୍ନତ ପ୍ରଦର୍ଶନ କରିଛି, ତେବେ ଏବେ ବି ବହୁତ କିଛି ଶିଖିବାର ଅଛି । ଦ୍ରାବିଡ୍‌ଙ୍କ ପ୍ରତ୍ୟାବର୍ତ୍ତନ ଫଳରେ ଆମ ଉନ୍ନତିକୁ ଗତି ମିଳିବ । ଚଳିତ ବର୍ଷ ଜୁନ୍‌ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌ରେ ଦ୍ରାବିଡ୍ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଥିଲେ । ଟିମ୍‌କୁ ଚାମ୍ପିଅନ୍ କରାଇବା ସତ୍ତ୍ୱେ ସେ ନିଜ କାର୍ଯ୍ୟକାଳ ଆଉ ବଢ଼ାଇ ନଥିଲେ । ଏହା ପୂର୍ବରୁ ଦ୍ରାବିଡ୍ ଭିନ୍ନ ଭିନ୍ନ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରୟାଲ୍ସ ଟିମ୍ ସହିତ ସାମିଲ । ଥିଲେ ଆଇପିଏଲ୍ ୨୦୧୨ ଓ ୨୦୧୩ ସିଜନ୍‌ରେ ସେ ଟିମ୍‌ର କ୍ୟାପ୍‌ଟେନ୍ ଥିଲେ । ଏହା ବ୍ୟତୀତ ୨୦୧୪ ଓ ୨୦୧୫ରେ ଟିମ୍ ଡାଇରେକ୍ଟର ଏବଂ ମେଣ୍ଟର୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking