30.1 C
Bhubaneswar
Monday, October 21, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

କଥା କୁହ ଏମିତି ପଥର ହୃଦୟ ମଧ୍ୟ ତରଳି ଯିବ
ଭଲପାଇବା ଏମିତି ଦିଅ କି ଶତ୍ରୁବି ମିତ୍ର ହୋଇଯିବ
ବିଶ୍ବାସ ରଖ ଏମିତି ସମୟ ତୁମ ଆଗରେ ହାର ମାନିଯିବ
ସାହସ ରଖ କିଛି ବି ଅସମ୍ଭବ ମଧ୍ୟ ସମ୍ଭବ ହୋଇଯିବ
ସ୍ଥିର ହୋଇଯାଅ ଏମିତି ଝଡ ଆସିଲେ ବି ଦୋହଲାଇ ପାରିବ
ସକାରାତ୍ମକ ଭାବନା ଓ ଦୃଢ ଇଚ୍ଛାଶକ୍ତି ବିପଦକୁ ସହିବା ପାଇଁ ଶକ୍ତି ସଞ୍ଚୟ କରେ , ନାହିଁ ସହି ନ ଜାଣିଲେ ସତ୍ କର୍ମ ନ କଲେ ଜୀବନର ମୂଲ୍ୟ କିଛି ନାହିଁ ll
ନିଜ ଉପରେ ଗଭୀର ଆତ୍ମବିଶ୍ବାସ ଥିବା ବ୍ୟକ୍ତି କହେ, ପ୍ରତ୍ୟେକ ରାସ୍ତା ମୋତେ ସଫଳତା ପାଖରେ ପହଞ୍ଚାଇପାରିବ ମାତ୍ର ଯିଏ କଠିନ ପରିଶ୍ରମୀ,କଠିନ ଅଧ୍ୟବସାୟୀ ସେ କହେ ସଫଳତାର ରାସ୍ତା ମୋ ପଛେ ପଛେ ଆସିବ ll
ସମୟ ,ବନ୍ଧୁ ଓ ସମ୍ପର୍କ ଏଇ ତିନୋଟି ଜିନିଷ ମାଗଣାରେ ମଳିଥାଏ ହେଲେ ଏହାର ମୂଲ୍ୟ ସେତେବେଳେ ଜଣପଡେ ଯେତେବେଳେ ଏହା ଆମ ପାଖରୁ ଦୂରେଇ ଯାଏ ll
ଜୀବନଟା କେତେ ଅଜବ ନା ଶହେଟା ସାହାଯ୍ୟ କରିସାରିଲା ପରେ ଯଦି ଗୋଟିଏ ସାହାଯ୍ୟ ନ କରି ପାରିଲେ ତେବେ ତୁମେ ଜଣେ ଧୋକାବାଜ ବନ୍ଧୁ ରୂପେ ପରିଗଣିତ ହେବ ll
.
ଚୁପ୍ ରହିବା କୈାଣସି ବ୍ୟକ୍ତିର କମଜୋର୍ ନୁହେଁ ତାଙ୍କର ଧୈର୍ଯ୍ୟର ପରିଚୟ ଦେଇଥାଏ….
ନଚେତ୍
ଯାହାକୁ ସହିବା ଆସେ ତାକୁ କହିବା ମଧ୍ୟ ଆସେ ….

ଅଦ୍ୟ ଜାନୁଆରୀ ମାସ ୨୯ ତାରିଖ ୨୦୨୪ ମସିହା(ସୋମବାର)
ଶକାବ୍ଦ -୧୯୪୫
ସମ୍ବତ -୨୦୮୦
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ମାଘମାସ- କୃଷ୍ଣପକ୍ଷ
ତିଥି- ଚତୁର୍ଥୀ
ନକ୍ଷତ୍ର- ପୂର୍ବା ଫା ରାତ୍ରି ଘ୦୭/୫୩ ପର୍ଯ୍ୟନ୍ତ ତଦନ୍ତେ ଉତ୍ତରା ଫା
ଚନ୍ଦ୍ର-ସିଂହ ରାତ୍ରି ଘ୦୨/୪୧ ପର୍ଯ୍ୟନ୍ତ ତଦନ୍ତେ କନ୍ୟା
ଯୋଗ- ଶୋଭନ
କରଣ – ବବ
ସୌରମାସ- ମକର ୧୫ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୬/୫୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୦୯
*✧═════•❁❀
ଯୋଗିନୀ ନୈରୁତେ
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବୃଷ ମାସ ର ଘାତଚନ୍ଦ୍ର
ମିଥୁନ ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୭/୪୭ ଗତେ ଘ୦୯/୧୦ ମଧ୍ୟେ
ବାରବେଳା – ଦିବା ଘ୦୨/୫୦ ଗତେ ଘ୦୫/୧୨ ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳ। – ଦିବା ଘ୦୮/୦୧ ମଧ୍ୟେ ଓ ଘ୧୧/୧୩ ଗତେ ଘ୦୧/୩୬ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୫/୧୨ ଗତେ ଘ୦୫/୩୪ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ
═✧══•❁❀❁•═════✧
✧═════•❁❀❁•═════✧
ଆଜି ର ରାଶି ଫଳ
ବୃଷ
ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ମନୋନିବେଶ କରିବେ । ମହିଳାମାନେ ସଞ୍ଚୟ କରିବେ ।*
✧═════•❁❀❁•═════✧
ମିଥୁନ
କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବାର ସମସ୍ତ ଦିଗକୁୁ ଅନୁଧ୍ୟାନ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । କର୍ମରେ ଆଗ୍ରହ ଓ ଆନ୍ତରିକତା ବୃଦ୍ଧି ପାଇବ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାହ୍ୟା ଓ ସହୋଗ ପାଇବେ ।*
✧═════•❁❀❁•═════✧
କର୍କଟ
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହେବେ । ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ ଓ ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହୋଇପାରେ ।*
✧═════•❁❀❁•═════✧
ସିଂହ
ଆଜି କଷ୍ଟ ହେଲେ ମଧ୍ୟ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଅନାଗ୍ରହ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ । ପରିସ୍ଥିତି ଖରାପ ନ ଥିଲେ ମଧ୍ୟ ମନ ଅଶାନ୍ତ ରହିବ । ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ ଓ ପରିବାରର କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
✧═════•❁❀❁•═════✧
କନ୍ୟା
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ମହିଳା ସହକର୍ମୀ ସହୋଗ କରିବେ । ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାହ୍ୟା ଏବଂ ସହାନୁଭୂତି ପାଇବେ । ଘରକରଣା, ଇଲେକ୍ଟ୍ରିକ ସରଞ୍ଜାମ ଓ ବସନଭୂଷଣ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ ଅସ୍ଥିରମନା ହେବେ । ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ ।*
✧═════•❁❀❁•═════✧
ତୁଳା
କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହୋଗରେ ସମସ୍ତ କର୍ମରେ ସଫଳତା ଏବଂ ପ୍ରଶଂସା ପାଇବେ । ବାଣିଜ୍ୟ, ବ୍ୟବସାୟ ଠିକ୍‌ରେ ଚାଲିବ ଓ ଆୟ ହେବ । ପୁରାତନ ରୋଗରୁ ଆରୋଗ୍ୟଲାଭ କରିବେ, ଶତ୍ରୁମାନେ ମିତ୍ର ହେବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଧାର୍ମିକ ର୍କ୍ୟାରେ ଆଗ୍ରହୀ ହେବେ ।**✧═════•❁❀❁•═════

ବିଛା
ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି । ମାନସିକ, ପାରିବାରିକ ଅଶାନ୍ତି ଓ କର୍ମସ୍ଥାନରେ ଅପଯଶ ଏବଂ ଅପମାନିତ ହୋଇପାରନ୍ତି । ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ । ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।*
✧═════•❁❀❁•═════✧
ଧନୁ
ଆଜି ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହେବ । ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ । ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ପାଇବେ ।*
✧═════•❁❀❁•═════✧
ମକର
ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଭଲ ହେବ । କର୍ମରେ ଉନ୍ନତି ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିୁକ୍ତିର ସମ୍ଭାବନା ରହିଛି । ପରିବାରର ସମସ୍ତ ସଦସ୍ୟ, ସହକର୍ମୀ ଓ ଭ୍ରାତୃଭଗ୍ନିଙ୍କର ସାହ୍ୟା ଏବଂ ସହଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ ।*

✧═════•❁❀❁•═════✧
କୁମ୍ଭ
ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି । କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମରେ ଅସଫଳ ରହିବେ । ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ବଦଖର୍ଚ୍ଚି ହେବେ ।*
✧═════•❁❀❁•═════✧
ମୀନ
ଆଜି ଆପଣଙ୍କୁ ସୁ ଖାଦ୍ୟ ,ସୁବସନ ପ୍ରାପ୍ତି ହେବ । ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଉତ୍ତମ ଆୟ ଏବଂ କର୍ମରେ ଉନ୍ନତି ଓ କର୍ମସ୍ଥାନରେ ପ୍ରଶଂସିତ ହେବେ । ଲକ୍ଷ୍ମୀଙ୍କର କୃପା ରହିବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking