28.1 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟରେ ବଢ଼ିବ ବର୍ଷା

ରାଜ୍ୟରେ ବଢ଼ିବ ବର୍ଷା

ଭୁବନେଶ୍ୱର: ଆସୁଛି ଲଘୁଚାପ । ରାଜ୍ୟରେ ବଢ଼ିବ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ବଙ୍ଗୋପାସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଦାନା ବାନ୍ଧିବ । ଏବେ ଘୂର୍ଣ୍ଣିବଳୟ ଉତ୍ତର-ପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ଓ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏ ବର୍ଷା ହେବ । ଆଜିଠାରୁ ବଢ଼ିବ ବର୍ଷା ବିସ୍ତୃତି ଓ ପରିମାଣ । ପ୍ରବଳ ବର୍ଷା ନେଇ ଆଜି ୧୫ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ଅଧିକାଂଶ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବି ହୋଇପାରେ ।

କାଲିଠୁ ଦୁଇ ଦିନ ଭୀଷଣ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ୨୧ ତାରିଖ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ । ପଛକୁ ପଛ ଆସୁଛି ଲଘୁଚାପ । ଚଳିତ ମାସ ପ୍ରଥମ ସପ୍ତାହରେ ଗୋଟିଏ ଦାନା ବାନ୍ଧିଥିଲା । ଚଳିତ ସପ୍ତାହରେ ଆଉ ଗୋଟିଏ ସୃଷ୍ଟି ହେବ । ୱିଣ୍ଡିର GFS ମଡେଲ୍ ଅନୁମାନ କରିଛି, ଅକ୍ଟୋବର ପ୍ରଥମ ସପ୍ତାହରେ ସୃଷ୍ଟି ହୋଇପାରେ ଲଘୁଚାପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking