29.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶ୩୦୦ ଟଙ୍କାର ପିଜା ପାଇଁ ଗ୍ରାହକଙ୍କୁ ଜୋମାଟୋ ଦେବ ୧୦ ହଜାର ଟଙ୍କାର କ୍ଷତିପୂରଣ

୩୦୦ ଟଙ୍କାର ପିଜା ପାଇଁ ଗ୍ରାହକଙ୍କୁ ଜୋମାଟୋ ଦେବ ୧୦ ହଜାର ଟଙ୍କାର କ୍ଷତିପୂରଣ

ଚଣ୍ଡୀଗଡ଼: ୩୦୦ ଟଙ୍କାର ପିଜା ପାଇଁ ଖାଦ୍ୟ ବିତରଣ କମ୍ପାନି ଜୋମାଟୋ ଗ୍ରାହକଙ୍କୁ କ୍ଷତିପୂରଣ ହିସାବରେ ୧୦,୦୦୦ ଟଙ୍କା ଦେବ ଜ୍ଝ ୨୦୨୦ ମସିହାର ଏକ ମାମଲାକୁ ନେଇ ଚଣ୍ଡୀଗଡ଼ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ କମ୍ପାନିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଜ୍ଝ ମିଳିଥିବା ସୂଚନା ମୁତାବକ ଜୋମାଟୋ ବିରୋଧରେ ଗ୍ରାହକଙ୍କ ଅଭିଯୋଗ ଆସିବା ପରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଜୟ ଶର୍ମା ନାମକ ଜଣେ ଗ୍ରାହକଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଅଭିଯୋଗରେ କୁହାଯାଇଥିଲା ଯେ ଜୋମାଟୋ ଏକ ଅଭିଯାନ ଚଳାଇଥିଲା, ଯେଉଁଥିରେ ଖାଦ୍ୟ ଠିକ୍ ସମୟରେ ପ୍ରଦାନ କରା ନ ଗଲେ ଟଙ୍କା ଫେରସ୍ତ କରାଯିବ ବୋଲି କୁହାଯାଇଥିଲା ଜ୍ଝ ଅଜୟ ଶର୍ମାଙ୍କ କହିବା ଅନୁଯାୟୀ, ସେ ଜୋମାଟୋ ଆପ୍ ମାଧ୍ୟମରେ ୨୦୨୦ ରେ ପିଜା ଅର୍ଡର କରିଥିଲେ। ସେ ଏଥିପାଇଁ ୨୮୭ ଟଙ୍କା ପ୍ରଦାନ କରିଥିଲେ, ଯେଉଁଥିରେ ଟ୍ୟାକ୍ସ ଏବଂ ଅନ୍-ଟାଇମ୍ ବିତରଣ ପାଇଁ ଅତିରିକ୍ତ ୧୦ ଟଙ୍କା ଚାର୍ଜ ଅନ୍ତର୍ଭୁକ୍ତ ଥିଲା ଜ୍ଝ ଅବଶ୍ୟ, ଅର୍ଡର ବୁକ୍ ହେବାର ୧୫ ମିନିଟ୍ ପରେ କମ୍ପାନି ପକ୍ଷରୁ ଏହାକୁ ବାତିଲ କରି ଟଙ୍କା ଫେରସ୍ତ କରାଯାଇଥିଲା ଜ୍ଝ ସେ କହିଛନ୍ତି ଯେ ଯଦି ଅର୍ଡର ଠିକ୍ ସମୟରେ ଦିଆଯାଇପାରିବ ନାହିଁ, ତେବେ ଜୋମାଟୋ ଅର୍ଡର ଗ୍ରହଣ କରିବା ଉଚିତ୍ ନଥିଲା।ଶର୍ମାଙ୍କ କହିବାନୁସାରେ, କମ୍ପାନି ୧୫ ମିନିଟ ପରେ ଅର୍ଡର ବାତିଲ କରିଦେଇଥିଲା ଜ୍ଝଆଉ ଏହି ପ୍ରସଙ୍ଗରେ ସେ ଚଣ୍ଡୀଗଡ଼ ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ନିକଟକୁ ଯାଇଥିଲେ ଜ୍ଝ ତାଙ୍କ ଅଭିଯୋଗ ଶୁଣି କୋର୍ଟ ଜୋମାଟୋକୁ ଗ୍ରାହକଙ୍କୁ ୧୦,୦୦୦ ଟଙ୍କା କ୍ଷତିପୂରଣ ଏବଂ ଅଜୟ ଶର୍ମାଙ୍କୁ ଏକ ମାଗଣା ଭୋଜନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking