ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଏଥର ଏନ୍ଡିଏ କିମ୍ବା ‘ଇଣ୍ଡିଆ’ ମେଣ୍ଟରେ ସାମିଲ ହୋଇ ନ ଥିବା କିଛି ଦଳର ପ୍ରଦର୍ଶନ ଅତ୍ୟତ ଖରାପ ରହିଛି। ଏମାନଙ୍କ ହାତ ସମ୍ପୂର୍ଣ ଖାଲି ହୋଇଯାଇଛି । ଏହି ଦଳଗୁଡ଼ିକ ମଧ୍ୟରେ ମାୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବସପା), ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି), ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ଏବଂ ମେହବୁବା ମୁର୍ତ୍ତିଙ୍କ ଦଳ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ଇତ୍ୟାଦି। ଏମାନଙ୍କ ଭାଗରେ ଗୋଟିଏ ହେଲେ ଲୋକସଭା ଆସନ ପଡ଼ିନାହିଁ । ମାୟାବତୀଙ୍କ ବସପାର ଭୋଟ ଭାଗ ଏଥର ବି କମିଛି। ବିଧାନସଭା ନିର୍ବାଚନରେ ଦଳ କେବଳ ଗୋଟିଏ ଆସନ ପାଇଥିଲା । ଏଥର ଖାତା ଖୋଲିପାରି ନାହିଁ। ବସପାକୁ ୯.୩୩% ଭୋଟ ମିଳିଥିବା ବେଳେ କଂଗ୍ରେସ ପାଇଥିବା ୯.୪୬% ଠାରୁ ଏହା କମ୍। ଭୋଟ ଲାଗ ଦୃଷ୍ଟିରୁ ବିଜେପି ୟୁପିରେ ସବୁଠୁ ବଡ଼ ଦଳ ସାବ୍ୟସ୍ତ ହୋଇଛି। ବିଜେପିକୁ ୪୧.୩୭% ଭୋଟ ଭାଗ ସହିତ ୩ ଆସନରେ ବିଜୟ ପ୍ରାପ୍ତ ହୋଇଛି। ସମାଜବାଦୀ ପାର୍ଟି (ସପା)କୁ ୩୩.୫୯% ଭୋଟ ଭାଗ ସହ ୩୭ ଆସନ ମିଳିଛି। ସପା ସହ ମେଣ୍ଟ କରି ସ୍ତୁପିରେ ଲଢ଼ିଥିବା କଂଗ୍ରେସ ୬ଟି ଆସନ ଜିତିଛି। ୧%ରୁ କମ୍ ଭୋଟ ପାଇଥିବା ଅନୁପ୍ରିୟା ପଟେଲଙ୍କ ଅପନା ଦଳ (ଏସ୍)କୁ ଗୋଟିଏ ଆସନ ମିଳିଛି। ଉଲ୍ଲେଖଥାର କି ୨୦୧୯ ଲୋକସଭା ନିର୍ବାଚନରେ ସପା ସହ ମେଣ୍ଟ କରି ବସପା ଲଢ଼ିଥିଲା । ସେତେବେଳେ ବସପାର ଭୋଟ ଭାଗ ୧୯.୪% ଥିଲା ବେଳେ ଏହାକୁ ୧୦ଟି ଆସନ ମିଳିଥିଲା । ୧୮.୧% ଭୋଟ ଭାଗ ସହ ସପା ମାତ୍ର ୫ଟି ଆସନରେ ଜିତିଥିଲା । ସେତେବେଳେ ବିଜେପି ୫୦% ଭୋଟ ଭାଗ ସହ ୬୨ ଆସନ ଜିତିଥିଲା। ୬.୪% ଭୋଟ ଭାଗ ସହିତ କଂଗ୍ରେସ ମାତ୍ର ଗୋଟିଏ ଆସନ ଜିତିଥିଲା। ପୃଥକ୍ ରାଜ୍ୟ ହେବା ପରେ ତେଲଙ୍ଗାନାରେ ଜେ ଚନ୍ଦ୍ରଶେଖର ରାଓଙ୍କ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ର ଦବ୍ଦବା ଜାହିଁରେ କେତେ ଥିଲା। ଲଗାତର ଦୁଇଥର ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରହିଥିବା ରାଓଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ଶକ୍ତ ଧକ୍କା ଲାଗିଛି। ଦଳ ଏକଦମ୍ ସଫା ହୋଇଯାଇଛି। ୧୬.୬୮% ଭୋଟ ଭାଗ ସତ୍ତ୍ୱେ ଏହାକୁ ଗୋଟିଏ ବି ଆସନ ମିଳିନାହିଁ । ସେହିଭଳି କୌଣସି ମେଣ୍ଟରେ ନ ଥିବା ବିଜେଡି ମଧ୍ୟ ଗୋଟିଏ ହେଲେ ଲୋକସଭା ଆସନ ପାଇପାରି ନାହିଁ । ୨୦୧୯ରେ ଦିଆଏସ୍ ୧୭ ଲୋକସଭା ଆସନରୁ ୯ଟିରେ ଜିତିଥିଲା। ଅନ୍ୟପକ୍ଷରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମଧ୍ଯ କାହା ସହ ମେଣ୍ଟ ନ କରି ଲଢ଼ିଥିଲା । ଏହାକୁ ମଧ୍ୟ ଗୋଟିଏ ଆସନ ମିଳିପାରି ନାହିଁ । ରାଜ୍ୟରେ ବିଜେପି ୪୫.୩୪% ରୋଟ ଭାଗ ସହ ୨୧ରୁ ୨୦ଟି ଆସନ ହାଦେଇଛି। ୧୨.୫୨% ଭୋଟ ଭାଗ ସହ କଂଗ୍ରେସ ଗୋଟିଏ ଆସନ ପାଇଛି । କିନ୍ତୁ ୩୭,୫୩୪% ଭୋଟ ଭାଗ ଥାଇ ସୁଦ୍ଧା ବିଜେଡି ଗୋଟିଏ ହେଲେ ଲୋକସଭା ଆସନ ପାଇପାରି ନାହିଁ । ୨୦୧୯ରେ ବିଜେଡି ୧୨, ବିଜେପି ୮ ଏବଂ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ଜମ୍ମୁ-କାଶ୍ମୀରର ପିଡିପି ଏବଂ ତାମିଲନାଡୁର ଏଆଇଏଜିଏମ୍କେ ନାମ ବି ଏହି ତାଲିକାରେ ରହିଛି। କାଶ୍ମୀର ଘାଟିରେ ୩ ଆସନରେ ପିଡିପି ପ୍ରାର୍ଥୀ ଦେଇଥିଲା । ପିଡିପି ମୁଖ୍ୟ ମେହବୁବା ମୁର୍ତ୍ତି ଅନନ୍ତନାଗ-ରଗୌରି ଲୋକସଭା ଆସନରୁ ଲଢ଼ିଥିଲେ। ତାଙ୍କୁ ନ୍ୟାସନଲ କନ୍ଫରେନ୍ସ ନେତା ମିଆନ୍ ଅଲ୍ତାଫ ୨ ଲକ୍ଷ ୮୦ ହଜାର ରୋଟରେ ହରାଇଛନ୍ତି । ଅଲ୍ତାଫ ପ୍ରଥମ ଥର ପାଇଁ ସଂସଦୀୟ ନିର୍ବାଚନ ଜିତିଛନ୍ତି । ମୁଫ୍ତି ଏହାକୁ ମିଶାଇ କ୍ରମାଗତ ଭାବେ ଦ୍ଵିତୀୟ ଥର ପାଇଁ ହାରିଛନ୍ତି । ତାମିଲନାଡୁରେ ଏକଦା ସରକାର ଚଳାଇଥିବା ଏଆଇଏଡିଏମ୍ କେ ହାତ ଏଥର ଖାଲି ରହିଛି।