29.1 C
Bhubaneswar
Friday, October 18, 2024
Homeଦେଶ ବିଦେଶଜେଲେନ୍‌ସ୍କି ଖାଇଲେ ଋଷି ସୁନକଙ୍କ ମାଆ ତିଆରିକରିଥିବା ‘ବର୍ଫି’

ଜେଲେନ୍‌ସ୍କି ଖାଇଲେ ଋଷି ସୁନକଙ୍କ ମାଆ ତିଆରିକରିଥିବା ‘ବର୍ଫି’

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମାଆ ଘରେ ତିଆରି କରିଥିବା ‘ବର୍ଫି’ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଖାଉଥିବା ଦୃଶ୍ୟସମ୍ବଳିତ ଭିଡିଓ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି।  ଏହି ଘଟଣାଟି ହେଉଛି ଫେବ୍ରୁଆରି ମାସରେ ଜେଲେନ୍‌ସ୍କିଙ୍କ ଇଂଲଣ୍ଡ ଗସ୍ତ ସମୟର।

ରବିବାର ଦିନ ଇନ୍‌ଷ୍ଟାଗ୍ରାମ୍‌ରେ ଏହି ଭିଡିଓ ସେୟାର୍‌ କରିଥିବା ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଜେଲେନ୍‌ସ୍କିଙ୍କ କର୍ମଚାରୀମାନେ ସବୁଦିନ ମାଆଙ୍କ ହାତତିଆରି ମିଠେଇ ଚାଖି ପାରିବେ ନାହିଁ।

ଉପରୋକ୍ତ ଘଟଣା ମନେପକାଇ ଋଷି ସୁନକ କହିଛନ୍ତି, ଘରେ ତିଆରି କରିଥିବା ‘ବର୍ଫି’ ନାମକ ଭାରତୀୟ ମିଷ୍ଟାନ୍ନ ମାଆ ମୋ ପାଇଁ ଆଣିଥିଲେ। କିନ୍ତୁ, ସ‌େତେବେଳେ (ସୁନକଙ୍କ ସାଉଥ୍‌ଆମ୍ପଟମ୍‌ ଗସ୍ତ ସମୟରେ) ମତେ ଦେଇ ପାରି ନ ଥିଲେ। ପରେ ଗୋଟାଏ ଫୁଟ୍‌ବଲ୍‌ ମ୍ୟାଚ୍‌ ସମୟରେ ଉକ୍ତ ‘ବର୍ଫି’ ସେ ମତେ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking