24.1 C
Bhubaneswar
Monday, April 6, 2026
Homeଦେଶ ବିଦେଶଯୁଦ୍ଧ ରୋକିବାକୁ ଚାହୁଁନାହାନ୍ତି ଜେଲେନ୍‌ସ୍କି: ଟ୍ରମ୍ପ୍‌

ଯୁଦ୍ଧ ରୋକିବାକୁ ଚାହୁଁନାହାନ୍ତି ଜେଲେନ୍‌ସ୍କି: ଟ୍ରମ୍ପ୍‌

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ରୁଷ-ୟୁକ୍ରେନ୍ ଯୁଦ୍ଧକୁ ସମାପ୍ତ କରିବା ଦିଗରେ କାମ କରୁଛନ୍ତି। ତେବେ ଏସବୁ ମଧ୍ୟରେ ଟ୍ରମ୍ପ୍ ଏକ ବଡ଼ ବୟାନ୍ ଦେଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍‌ସ୍କିଙ୍କୁ କଡ଼ା ସମାଲୋଚନା କରିବା ପୂର୍ବକ ଟ୍ରମ୍ପ୍ କହିଛନ୍ତି ଯେ, ୟୁକ୍ରେନ୍‌ର ଆଭିମୁଖ୍ୟରୁ ଜଣାପଡୁଛି ଯେ, ରୁଷ୍ ସହିତ ସେ ଯୁଦ୍ଧ ବନ୍ଦ ହେଉ ବୋଲି ଚାହୁଁନାହାନ୍ତି। ରୁଷ୍ ଅତ୍ୟନ୍ତ ବଡ଼ ଏବଂ ଶକ୍ତିଶାଳୀ ରାଷ୍ଟ୍ର ବୋଲି ଜାଣିବା ସତ୍ତ୍ୱେ ତା’ ବିରୋଧରେ ଯୁଦ୍ଧ କରିବାକୁ ଜେଲେନସ୍କି ଚାହୁଁଛନ୍ତି। ଯେକୌଣସି ଉପାୟରେ ରୁଷ୍ ସହିତ ଯୁଦ୍ଧ ବନ୍ଦ କରିବା ଦିଗରେ ଜେଲେନ୍‌ସ୍କି ବିଚାର କରିବା ଦରକାର ବୋଲି ଟ୍ରମ୍ପ କହିଛନ୍ତି।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଟ୍ରମ୍ପ କହିଛନ୍ତି ଯେ, ଜେଲେନସ୍କି ଏକ ବହୁତ ବଡ଼ ଏବଂ ବହୁ ଶକ୍ତିଶାଳୀ ରାଷ୍ଟ୍ର ସହିତ ଲଢ଼ୁଛନ୍ତି। ସେ ଏପରି କରିବା ଅନୁଚିତ। କାରଣ ଆମେ ଯୁଦ୍ଧ ବନ୍ଦ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା କରିବା ଦିଗରେ ଚେଷ୍ଟା ଚଳାଇଥିବା ବେଳେ ଜେଲେନ୍‌ସ୍କିଙ୍କ ମାନସିକତା ଏଥିରୁ ଭିନ୍ନ ରହୁଛି। ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ବୁଝାମଣା କରାଇବାକୁ ହେଲେ ପ୍ରଥମେ ଉଭୟ ପକ୍ଷଙ୍କୁ ସମ୍ମାନ ଦେବା ଉଚିତ୍‌। କିନ୍ତୁ ଜେଲେନ୍‌ସ୍କି ହୁଏତ ଲଢ଼େଇ ଜାରି ରଖିବାକୁ ହିଁ ନିଷ୍ପତ୍ତି ନେଉଛନ୍ତି। ଟ୍ରମ୍ପଙ୍କ କହିବାନୁସାରେ ଯଦି ସେ ୨୦୨୨ରେ କ୍ଷମତାରେ ଥାଆନ୍ତେ (ଆମେରିକାର ରାଷ୍ଟ୍ରପତି) ତେବେ ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏଡ଼ାଇ ଦିଆଯାଇପାରିଥାଆନ୍ତା। ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ଶୁକ୍ରବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସମର୍ଥନ କରିଛନ୍ତି। ପୁତିନ୍ ବିଭିନ୍ନ ସମସ୍ୟାରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିସାରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking