18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶୟୁଟ୍ୟୁବ୍ ଦେଲା ଝଟ୍‌କା: ଭିଡିଓ ଦେଖିବା ପାଇଁ ଦେବାକୁ ପଡିବ ଏତିକି ଟଙ୍କା..

ୟୁଟ୍ୟୁବ୍ ଦେଲା ଝଟ୍‌କା: ଭିଡିଓ ଦେଖିବା ପାଇଁ ଦେବାକୁ ପଡିବ ଏତିକି ଟଙ୍କା..

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଦେଖିବା ଲୋକଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି । କାରଣ କମ୍ପାନୀ ଦ୍ୱାରା ସବସ୍କ୍ରିପସନ୍ ଯୋଜନାର ମୂଲ୍ୟ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଯେଉଁମାନେ ଆଡ୍ ଫ୍ରି ସବସ୍କ୍ରିପସନ୍ ବ୍ୟବହାର କରୁଛନ୍ତି ସେମାନଙ୍କୁ ଏକ ବଡ଼ ଝଟ୍‌କା ମିଳିବାକୁ ଯାଉଛି । ୟୁଟ୍ୟୁବ୍‌ର ଏହି ନିଷ୍ପତ୍ତି ସମସ୍ତଙ୍କୁ ପ୍ରଭାବିତ କରିବାକୁ ଯାଉଛି । ବିଶେଷ କଥା ହେଉଛି ୟୁଟ୍ୟୁବ୍‌ର ଏହି ନିଷ୍ପତ୍ତି ସମସ୍ତଙ୍କୁ ସିଧାସଳଖ ପ୍ରଭାବିତ କରିବାକୁ ଯାଉଛି । ଏହାର ଅର୍ଥ ସମସ୍ତଙ୍କୁ ବର୍ଦ୍ଧିତ ମୂଲ୍ୟ ଦେବାକୁ ପଡିବ । ୟୁଟ୍ୟୁବ୍ କିଛି ଯୋଜନାର ମୂଲ୍ୟ ୨୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।

ୟୁଟ୍ୟୁବ୍ ପ୍ରିମିୟମ୍ ପ୍ଲାନର ମୂଲ୍ୟ ୫୮ପ୍ରତିଶତକୁ ବୃଦ୍ଧି ପାଇଛି । ବର୍ତ୍ତମାନ ଏକ ଯୋଜନା କିଣିଲେ ଏଥିରେ ମାସିକ, ୩ ମାସ ଏବଂ ୧୨ ମାସ ଯୋଜନା ଅନ୍ତର୍ଭୁକ୍ତ । କିନ୍ତୁ ବର୍ତ୍ତମାନ ଏଥିପାଇଁ ଉପଭୋକ୍ତଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ୟୁଟ୍ୟୁବ୍ ପ୍ରିମିୟମ୍ ଯୋଜନା ବିଷୟରେ କହିବାକୁ ଗଲେ ବ୍ୟକ୍ତିଗତ (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୧୨୯ ଟଙ୍କା ଥିବାବେଳେ ଏବେ ନୂତନ ମୂଲ୍ୟ ୧୪୯ ଟଙ୍କା ହେବ । ଯେତେବେଳେ କି, ଛାତ୍ର (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୭୯ ଟଙ୍କା ଥିବାବେଳେ ନୂତନ ମୂଲ୍ୟ ୮୯ଟଙ୍କା ହେବ । ପରିବାର (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୧୮୯ ଟଙ୍କା ଥିଲା କିନ୍ତୁ ବର୍ତ୍ତମାନ ଏହି ଯୋଜନା ପାଇଁ ୨୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

ବ୍ୟକ୍ତିଗତ ପ୍ରିପେଡ୍ (ମାସିକ) ଯୋଜନାର ପୁରୁଣା ମୂଲ୍ୟ ୧୩୯ ଟଙ୍କା ଥିଲା, କିନ୍ତୁ ବର୍ତ୍ତମାନ ଏହି ଯୋଜନା ୧୫୯ ଟଙ୍କାରେ ମିଳିବ । ଯେତେବେଳେ କି ୩ ମାସର ଯୋଜନା ପାଇଁ, ବର୍ତ୍ତମାନ ୩୯୯ଟଙ୍କା ବଦଳରେ ୪୫୯ଟଙ୍କା ଦେବାକୁ ପଡ଼ିବ । ବାର୍ଷିକ ଯୋଜନାର ମୂଲ୍ୟରେ ମଧ୍ୟ ଅଧିକ ବୃଦ୍ଧି ପାଇଛି । ବ୍ୟକ୍ତିଗତ ପ୍ରିପେଡ୍ (ବାର୍ଷିକ) ଯୋଜନାର ପୁରୁଣା ମୂଲ୍ୟ ୧୨୯୦ ଟଙ୍କା ଥିଲା । କିନ୍ତୁ ବର୍ତ୍ତମାନ ଏହି ଯୋଜନା ୨୦୦ ଟଙ୍କା ବ୍ୟୟବହୁଳ ହୋଇଛି । ମୂଲ୍ୟ ବୃଦ୍ଧି ପରେ ବର୍ତ୍ତମାନ ଏହି ଯୋଜନା ପାଇଁ ୧୪୯୦ ଟଙ୍କା ଦେବାକୁ ପଡିବ । ଅବଶ୍ୟ, ଏହି ଦେୟ କେବଳ ସେହି ଉପଭୋକ୍ତାମାନଙ୍କୁ ଦେବାକୁ ପଡିବ ଯେଉଁମାନେ ଆଡ୍ ଫ୍ରି ୟୁଟ୍ୟୁବ୍ ସବସ୍କ୍ରିପସନ୍ କିଣୁଛନ୍ତି । ଏହାକୁ କିଣିବା ପରେ, ଉପଭୋକ୍ତା ବିନା ବିଜ୍ଞାପନରେ ୟୁଟ୍ୟୁବ୍ ଦେଖିପାରିଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking