18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶୟୁଟ୍ୟୁବ୍ ସର୍ଟସ୍ ରୁ ରୋଜଗାର କରନ୍ତୁ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍ ସର୍ଟସ୍ ରୁ ରୋଜଗାର କରନ୍ତୁ ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଆପଣ ଜଣେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର କି ? ତେବେ ଆପଣ ୟୁଟ୍ୟୁବରୁ ରୋଜଗାର କରିପାରିବେ ଲକ୍ଷ ଲକ୍ଷ ଟଙ୍କା । ୟୁଟ୍ୟୁବରୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବାକୁ ୟୁଟ୍ୟୁବ ଦେଉଛି ଅବସର । ଇନଷ୍ଟ୍ରାଗ୍ରାମ୍ ରିଲ୍ସ୍ ଏବଂ ଟିକଟକ୍‌କୁ ଟକ୍କର ଦେବା ପାଇଁ ୟୁଟ୍ୟୁବ୍ ସର୍ଟସ୍‌କୁ ଆରମ୍ଭ କରାଯାଇଛି । ଏହି ପ୍ଲାଟଫର୍ମରେ ଅରିଜିନାଲ କଣ୍ଟେଣ୍ଟ ପାଇଁ ୟୁଟ୍ୟୁବ ଆପଣଙ୍କୁ ଢେର ଟଙ୍କା ଦେବ ।

ୟୁଟ୍ୟୁବ୍ ସର୍ଟସ୍‌ରେ କ୍ରିଏଟରଙ୍କୁ ୧୦୦ ମିଲିୟନ ଡଲାର ଫଣ୍ଡ୍ ଦେବାକୁ ଯୋଜନା କରାଯାଇଛି । ୨୦୨୧ ରୁ ୨୦୨୨ ମଧ୍ୟରେ ଏହି ଫଣ୍ଡ୍ ବଣ୍ଟାଯିବ । ୟୁଟ୍ୟୁବ୍ ପ୍ରତି ମାସରେ ଯୋଗ୍ୟ କଣ୍ଟେଣ୍ଟ କ୍ରିଏଟରଙ୍କୁ ମନୋନୀତ କରି ହଜାରେ ଡଲାର ଦେବ । ତେବେ କ୍ରିଏଟରମାନେ ୟୁଟ୍ୟୁବରେ ୧୦୦୦ (୭,୪୦୦ ଟଙ୍କା) ଡଲାରରୁ ନେଇ ୧୦,୦୦୦ (୭,୪୦,୦୦୦ ଟଙ୍କା) ଡଲାର ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

ତେବେ ଏହି ଅର୍ଥ ରାଶି ଜିତିବା ପାଇଁ ପୋଷ୍ଟର ଭିୱରସିପ୍ ଓ ଏନଗେଜମେଣ୍ଟ ଦେଖିବାକୁ ପଡିବ । ଏହା କ୍ରିଏଟରମାନଙ୍କୁ ଗତମାସର ସର୍ଟସ୍ ପରଫରମାନ୍ସେସ୍ ଆଧାରରେ ବୋନସ୍ ପେମେଣ୍ଟ କ୍ଲବରେ ସାମିଲ କରିବ । ଚ୍ୟାନେଲର ସର୍ଟସ୍ ତାହାର ମାସିକ ପରଫରମାନ୍ସେସ୍ ହିସାବ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking