22.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶ୨୦୨୧-୨୨ ରିପୋର୍ଟ: ୭୮ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କରାଯାଇଛି- କେନ୍ଦ୍ର

୨୦୨୧-୨୨ ରିପୋର୍ଟ: ୭୮ ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କରାଯାଇଛି- କେନ୍ଦ୍ର

ନୂଅଦିଲ୍ଲୀ: ୨୦୨୧-୨୨ରେ ୭୮ଟି ୟୁଟ୍ୟୁବ୍ ଚ୍ୟାନେଲ ଏବଂ ୫୬୦ ୟୁଟ୍ୟୁବ୍ ଲିଙ୍କ୍‌କୁ ବ୍ଳକ୍ କରାଯାଇଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଣାଇଛନ୍ତି । ସୂଚନା ଓ ପ୍ରଯୁକ୍ତି ଆଇନ୍‌ର ଧାରା ୬୯(କ) ଉଲ୍ଲଂଘନ କରିଥିବାରୁ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଶ୍ରୀ ଠାକୁର କହିଛନ୍ତି । ଏହି ଚ୍ୟାନେଲଗୁଡିକ ଭାରତ ବିରୋଧରେ ଅପପ୍ରଚାର ଏବଂ ସାଂପ୍ରଦାୟିକ ହିଂସା ଉଦ୍ରେକକାରୀ ବିଷୟବସ୍ତୁ ପ୍ରସାରଣ କରୁଥିବା କୁହାଯାଇଛି । ଦେଶର ନିରାପତ୍ତା, ଅଖଣ୍ଡତା ଏବଂ ଶାନ୍ତି ପ୍ରକ୍ରିୟା ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା କେନ୍ଦ୍ର ସରକାରଙ୍କ ନିକଟରେ ସଂରକ୍ଷିତ । ୨୦୨୧ ଡିସେମ୍ବରରେ ୨୧ଟି, ୨୦୨୨ ଜାନୁଆରୀରେ ୩୫ଟି ଏବଂ ଚଳିତବର୍ଷ ଏପ୍ରିଲରେ ୨୨ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଲକ୍ କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking