28.1 C
Bhubaneswar
Thursday, July 4, 2024
Homeଓଡିଶାପରକ୍ରୀୟା ପ୍ରୀତିରୁ ଯୁବକଙ୍କ ଆତ୍ମହତ୍ୟା ମାମଲା, ସମ୍ପର୍କୀୟ ଭାଉଜ କୋର୍ଟଚାଲାଣ

ପରକ୍ରୀୟା ପ୍ରୀତିରୁ ଯୁବକଙ୍କ ଆତ୍ମହତ୍ୟା ମାମଲା, ସମ୍ପର୍କୀୟ ଭାଉଜ କୋର୍ଟଚାଲାଣ

ବ୍ରହ୍ମପୁର: ଗତ ୨୨ ତାରିଖରେ ବଡ଼ ବଜାର ଥାନା ଅନ୍ତର୍ଗତ ତୃପ୍ତି ନଗରରେ ଥିବା ସମ୍ପର୍କୀୟଙ୍କ ଘରେ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ସମ୍ପର୍କୀୟ ଭାଉଜଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ବେନ୍ଧାଳିଆ ଗ୍ରାର ରଞ୍ଜୁ ପଡ଼ିଆଳି(୩୦)ଙ୍କୁ ପୁଲିସ ଗରଫ କରିଛି । ସେ କିଛି ମାସ ହେବ ବଡବଜାର ଥାନା ଅନ୍ତର୍ଗତ ତୃପ୍ତି ନଗର ୩ୟ ଗଳିରେ ରହୁଥିଲେ । ଆଜି ଅଭିଯୁକ୍ତଙ୍କୁ ପୁଲିସ ଏକ ମାମଲା ରୁଜୁ କରି ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ମୃତ ରଞ୍ଜିତ୍ ପାତ୍ରଙ୍କ ସ୍ତ୍ରୀଙ୍କ ଅଭିଯୋଗକୁ ନେଇ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା । ତେବେ ରଞ୍ଜିତ୍ ଆତ୍ମହତ୍ୟା କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଥିବା ପୁଲିସ ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି କହିଛନ୍ତି । ସୂଚନାଯୋଗ୍ୟ ଯେ ଗୋଳନ୍ଥରା ଥାନା ଅନ୍ତର୍ଗତ ବୁରୁକୁଦି ଗ୍ରାମର ରଞ୍ଜିତ୍ ପାତ୍ର ନିଜ ପରିବାର ନେଇ ରହୁଥିବା ବେଳେ କିଛି ବର୍ଷ ହେବ ରଞ୍ଜିତଙ୍କ ସହ ତାଙ୍କ ସମ୍ପର୍କୀୟ ଭାଉଜଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହାକୁ ନେଇ ପରିବାର ଲୋକ ବିରୋଧ କରୁଥିଲେ । ଗତ ୨୨ ତାରିଖ ରାତ୍ରିରେ ବଡବଜାର ଥାନା ଅନ୍ତର୍ଗତ ତୃପ୍ତି ନଗର ୩ୟ ଗଳିରେ ରହୁଥିବା ସମ୍ପର୍କୀୟ ଭାଉଜଙ୍କ ଘରେ ରଞ୍ଜିତ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ ରଞ୍ଜିତ୍‌ଙ୍କ ସ୍ତ୍ରୀ ବଡବଜାର ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking