ଭଦ୍ରକ: ଫାଇନାଲ କ୍ରିକେଟ ମ୍ୟାଚ ଦେଖିବା ବେଳେ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା । ସଂଘବଦ୍ଧ ଭାବେ ସର୍ବସାଧାରଣ ସ୍ଥାନରେ ହତ୍ୟା କରାଯାଇଛି । ଭଦ୍ରକ ସହରାଞ୍ଚଳ ଥାନା ଅଧୀନ ଗୁଣଣ୍ଠୁନିଆ ଠାରେ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ଚରମ୍ପା ବରାଳ ପୋଖରୀ ରେଳବାଇ କଲୋନୀର ଶ୍ରୀକୁମାର ସ୍ୱାମୀ । ସୂଚନା ଅନୁଯାୟୀ, ଶ୍ରୀକୁମାର କ୍ରିକେଟ ଫାଇନାଲ ମ୍ୟାଚ ଟିଭିରେ ଘରେ ଦେଖୁଥିଲେ । ମ୍ୟାଚ ସମୟରେ ତାଙ୍କୁ ଫୋନ ଆସିବା ପରେ ସେ ଘରୁ ବାହାରି ଗୁଣ୍ଠୁଣିଆ ବଜାରକୁ ଯାଇଥିଲେ । ସେଠାରେ ପ୍ରାୟ ୫ ଜଣ ଯୁବକ ତାଙ୍କୁ ମିଳିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ଉପସ୍ଥିତ ଥାଇ ମଧ୍ୟ କୌଣସି ବିରୋଧ କରନଥିବା ସୂଚନା ମିଳିଛି । ପରେ ଲୋକମାନେ ଶ୍ରୀକୁମାରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହତ୍ୟାକାରୀମାନେ ବିଭିନ୍ନ ଘଟଣାରେ ସାମିଲ ଥିବା ସୂଚନା ମିଳିଛି ।










