27.1 C
Bhubaneswar
Wednesday, March 11, 2026
Homeଦେଶ ବିଦେଶଯୁବକଙ୍କୁ ଛୁରୀ ଭୁସି ହତ୍ୟା: ଅଭିଯୁକ୍ତ ଗିରଫ

ଯୁବକଙ୍କୁ ଛୁରୀ ଭୁସି ହତ୍ୟା: ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ବୁଧବାର ଅପରାହ୍ନରେ ଦିଲ୍ଲୀର ପ୍ରଗତି ମଇଦାନ ନିକଟରେ ଭାରତ ମଣ୍ଡପମର ଗେଟ୍ ନମ୍ବର ୬ରେ ଜଣେ ବ୍ୟକ୍ତିଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ମୃତକଙ୍କ ନାମ ରୋହିତ। ପୋଲିସର କହିବା ଅନୁଯାୟୀ, ରୋହିତ ଏବଂ କବୀରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା, ଯାହା ପରେ କବୀର ରୋହିତଙ୍କ ଫୋନ ଛଡାଇ ନେଇଥିଲେ।
ଝଗଡ଼ା ଏତେ ଭୟଙ୍କର ହୋଇଗଲା ଯେ କବୀର ରୋହିତଙ୍କୁ ଏକ ଛୁରୀରେ ଆକ୍ରମଣ କରିଥିଲେ । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଅପରାହ୍ନରେ ସେମାନେ ରାସ୍ତାରେ ଜଣେ ଆହତ ଅବସ୍ଥାରେ ପଡ଼ିଥିବା ସୂଚନା ପାଇଲେ। ପୋଷ୍ଟମର୍ଟମ ରିପୋର୍ଟରୁ ପୋଲିସ ଜାଣିବାକୁ ପାଇଲା ଯେ ମୃତକଙ୍କୁ ଛୁରୀରେ ଆକ୍ରମଣ କରାଯାଇଥିଲା । ରୋହିତଙ୍କ ଶରୀର ଉପରେ ୪ ରୁ ୫ ଥର ଆକ୍ରମଣ ହୋଇଥିଲା । ଯାହା ପରେ, ଘଟଣାଟି ଉଗ୍ର ରୂପ ନେଇଥିଲା ।  ପୋଲିସ ତୁରନ୍ତ 6ଟି ଦଳ ଗଠନ କରିଥିଲା ​​ଏବଂ ତା’ପରେ ରୋହିତଙ୍କ ବନ୍ଧୁ ଶେର ଓରଫ କବୀରଙ୍କୁ ଗିରଫ କରିଥିଲା। ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking