26.1 C
Bhubaneswar
Monday, December 15, 2025
Homeଖେଳଅଷ୍ଟ୍ରେଲିଆ ବିପକ୍ଷ ୟୁଥ୍ ଦିନିକିଆ ସିରିଜ୍‌; ଭାରତର ୩-୦ରେ କ୍ଲିନ୍‌ସ୍ୱିପ୍

ଅଷ୍ଟ୍ରେଲିଆ ବିପକ୍ଷ ୟୁଥ୍ ଦିନିକିଆ ସିରିଜ୍‌; ଭାରତର ୩-୦ରେ କ୍ଲିନ୍‌ସ୍ୱିପ୍

ପୁଡୁଚେରୀ: ଭାରତୀୟ ଅଣ୍ଡର-୧୯ ଟିମ୍ ଯୁବ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ରନ୍‌ରେ ହରାଇ ଦେଇଛି। ଏହା ସହିତ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌କୁ ଭାରତ ୩-୦ରେ କ୍ଲିନ୍ ସ୍ୱିପ୍ କରିଛି। ପୁଡୁଚେରୀରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍ ପ୍ରଥମେ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ୱିକେଟ୍ ହରାଇ ୩୨୪ ରନ୍ କରିଥିଲା। ଜବାବରେ ଅଷ୍ଟ୍ରେଲିଆର ଅଣ୍ଡର-୧୯ ଟିମ୍ ୭ ୱିକେଟ୍ ବିନିମୟରେ ୩୧୭ ରନ୍ କରିବାକୁ ସମର୍ଥ ହୋଇଛି। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ପକ୍ଷରୁ ସାହିଲ୍ ପାରିଖ୍ ୨୦, ରୁଦ୍ର ପଟେଲ୍ ୭୭, ହରବଂଶ ୪୬ ଏବଂ କ୍ୟାପ୍‌ଟେନ୍ ମହମ୍ମଦ ଅମାନ ୭୧ ରନ୍‌ର ଇନିଂସ୍ ଖେଳି ୩୨୪ ରନ୍‌ର ବଡ଼ ସ୍କୋର୍ ଛିଡ଼ା କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ଜୋର୍‌ଦାର ଆରମ୍ଭ କରି ୪୧ ଓଭର୍‌ରେ ୨ ୱିକେଟ୍ ବିନିମୟରେ ୨୪୧ ରନ୍ କରିଥିଲା। କ୍ୟାପ୍‌ଟେନ୍ ଅଲିଭର୍ ପିକ୍ (୧୧୧) ଏବଂ ଷ୍ଟିଭେନ୍ ହୋଗାନ୍ (୧୦୪) ତୃତୀୟ ୱିକେଟ୍ ପାଇଁ ୧୮୦ ରନ୍‌ର ଭାଗୀଦାରି କରିଥିଲେ। ମାତ୍ର ଟିମ୍ ନିର୍ଦ୍ଧାରିତ ୫୦ ଓଭର୍‌ରେ ୭ ୱିକେଟ୍ ବିନିମୟରେ ୩୧୭ ରନ୍ କରିବାକୁ ସମର୍ଥ ହୋଇଥିଲା। ଭାରତ ପକ୍ଷରୁ ବାମହାତୀ ସ୍ପିନର୍ ହାର୍ଦ୍ଦିକ ରାଜ ୩ଟି ଓ ଅଫ୍ ସ୍ପିନର୍ କିରଣ କୋର୍‌ମାଲେ ୨ଟି ୱିକେଟ୍ ନେଇଥିଲେ।
ପୁଡୁଚେରୀରେ ଗୁରୁବାର ଖେଳାଯାଇଥିବା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୩୦ ବର୍ଷ ତଳର ଏକ ପୁରୁଣା ରେକର୍ଡ ଭଙ୍ଗ ହୋଇଛି। ମ୍ୟାଚ୍‌ରେ ମୋଟ ୬୪୧ ରନ୍ ହୋଇଥିବା ବେଳେ ଏହା କୌଣସି ଯୁବ ଦିନିକିଆ ମ୍ୟାଚ୍‌ର ସର୍ବାଧିକ ରନ୍‌। ୧୯୯୪ରେ ଭାରତ ଏବଂ ଅଷ୍ଟ୍ରେଲିଆ ଅଣ୍ଡର-୧୯ ଟିମ୍ ମଧ୍ୟରେ ମୋଟ ୫୮୮ ରନ୍ ହୋଇଥିଲା।
ଏବେ ଦୁଇ ଟିମ୍ ମଧ୍ୟରେ ଚେନ୍ନାଇରେ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ପ୍ରଥମ ଅନ୍‌ଅଫିସିଆଲ୍ ଟେଷ୍ଟ ମ୍ୟାଚ୍ ଖେଳାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking