28.7 C
Bhubaneswar
Friday, April 10, 2026
Homeଓଡିଶାହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକ ଭାଲୁପତରା ଗାଁରେ ଘଟିଛି ଅଘଟଣ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଭାଲୁପତ୍ରା ଗାଁର ଫକିର କିଷାନ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ କିଛି ହାତୀପଲ ଭାଲୁପତ୍ରା ଗାଁକୁ ପଶି ଆସିଥିଲେ। ଗାଁ ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲେ। ଫକିର ମଧ୍ୟ ଏଥିରେ ସାମିଲ ହୋଇଥିଲେ। କିନ୍ତୁ ହଠାତ୍ ହାତୀ ପଛକୁ ଫେରି ଆସି ଫକିରଙ୍କୁ ଆକ୍ରମଣ କରିଥିଲା। ଫଳରେ ଗୁରୁତର ଅବସ୍ଥାରେ ଫକିରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଫକିରଙ୍କ ମୃତ୍ୟୁ ଖବର ସାରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking