25.1 C
Bhubaneswar
Thursday, March 12, 2026
Homeଓଡିଶାଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର

ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଯୁବକ ଗୁରୁତର

ବାଲେଶ୍ବର: ବାଲେଶ୍ବର ଜିଲ୍ଲା  ବସ୍ତା ଥାନା ଅନ୍ତର୍ଗତ ବାସୁ ଚକୁରାଇ ଗ୍ରାମରେ ଜଣେ ବାଇକ ଆରୋହୀଙ୍କଠାରୁ କିଛି ଦୁର୍ବୃତ୍ତ ଲୁଟ୍ କରିବା ପାଇଁ ଉଦ୍ୟମ ଚଳାଇଥିବା ବେଳେ ତାହା ବିଫଳ ହୋଇଛି। ଉଦ୍ୟମ ପଣ୍ଡ ହେବାରୁ ଦୁର୍ବୃତ୍ତମାନଙ୍କ ଗୁଳି କରିଛନ୍ତି। ଫଳରେ ବାଇକ ଆରୋହୀ ଜଣକ ଗୁରୁତର ହୋଇଛନ୍ତି।

ଆହତ ଜଣକ ହେଲେ ବସ୍ତା ଥାନା ଅନ୍ତର୍ଗତ ନିମା ଗ୍ରାମର ସୁଧାଂଶୁ ଶେଖର ଜେନା। ସୁଚନା ଅନୁଯାୟୀ ସୁଧାଂଶୁ ଏବଂ ତାଙ୍କର ଜଣେ ବନ୍ଧୁଙ୍କ ସହିତ କୈାଣସି କାମରେ ନିଜ ଭଉଣୀ ଘରକୁ ଯାଇ ସୋମବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ବାସୁ ଚକୁରାଇ ଗାଁର ୟୁପି ସ୍କୁଲ ନିକଟରେ ୩ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ନିକଟରୁ ବାଇକ ଏବଂ ମୋବାଇଲ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲେ । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ସୁଧାଂଶୁଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣା ସମ୍ପର୍କରେ ସୁଧାଂଶୁଙ୍କ ଭାଇ ମନୋଜ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking