26.1 C
Bhubaneswar
Wednesday, April 15, 2026
Homeଓଡିଶାଲାଇଭ ଭିଡିଓ କରି ଯୁବକ କଲେ ଆତ୍ମହତ୍ୟା

ଲାଇଭ ଭିଡିଓ କରି ଯୁବକ କଲେ ଆତ୍ମହତ୍ୟା

କେନ୍ଦୁଝର : ଲାଇଭ ଭିଡିଓ କରି ଆତ୍ମହତ୍ୟା କରିଛନ୍ତି ଯୁବକ । ଆଉ ଭିଡିଓରେ କହିଛନ୍ତି  ଦେଖିକି ର‌ହିବୁ, ମୁଁ ଯାଉଛି ଏହି ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ଚର୍ଚ୍ଚାର ବିଷୟ ହୋଇଛି । ଘସିପୁରା ଥାନା ଶୈଲଙ୍ଗ ଗ୍ରାମର ଜଣେ ଯୁବକ ନିଜ ମୋବାଇଲରେ ଲାଇଭ୍ ଭିଡିଓ କରି ଝୁଲି ପଡ଼ିଥିଲେ । ପୁଲିସ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ରଞ୍ଜନ ସାଙ୍କ ବଡ଼ପୁଅ ଓମ୍‌ପ୍ରସାଦ ସାଙ୍କ  । ସେ ଶୈଲଙ୍ଗ ହୁଡ଼ିଠାରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଛେଦ କରାଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଓମ୍ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମୋବାଇଲ ଫୋନ୍‌ରେ ଲାଇଭ୍ କରିଥିଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। କେଉଁ କାରଣରୁ ସେ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking