23.1 C
Bhubaneswar
Saturday, October 19, 2024
Homeଓଡିଶାବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା : ଜନୈକା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପୋଲିସ ଜନୈକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫ ଯୁବକ ଜଣକ ହେଲେ ବୁଗୁଡ଼ା ଥାନା ଅନ୍ତର୍ଗତ ଡେଙ୍ଗାପଦର ଗ୍ରାମର ଚିତ୍ରସେନ ଭୋଳ(୩୧) । ଗାଙ୍ଗପୁର ଥାନା ଅନ୍ତର୍ଗତ କଳାସୂତା ଗ୍ରାମର ଜନୈକ ଯୁବତୀଙ୍କ ଅଭିଯୋଗ କ୍ରମେ ବୁଗୁଡ଼ା ଥାନାରେ ୪୩୧/୨୩ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ଠାରୁ ପ୍ରକାଶ ।

ପ୍ରକାଶ ଯେ, ଚିତ୍ରସେନ ଓ ଅଭିଯୋଗକାରୀ ଯୁବତୀ ଉଭୟେ ନିଜ ନିଜର ଘର ପ୍ରତିପୋଷଣ ପାଇଁ ସୁରତରେ କାମ କରୁଥିଲେ । ସେ ଦୁହିଁଙ୍କ ମଧ୍ୟରେ ୨୦୨୧ ମସିହାରେ ପ୍ରଥମେ ଦେଖା ସାକ୍ଷାତ ହୋଇଥିଲା । ପ୍ରଥମ ଦେଖାରୁ ହିଁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀଙ୍କ ଲିଖିତାଭିଯୋଗ ପ୍ରକାରେ ସୁରତର ଆମ୍ବାଜୀ ମନ୍ଦିରରେ ଚିତ୍ରସେନ କୁଆଡେ ତା’ଙ୍କ ମଥରେ ସିନ୍ଦୁର ଲଗାଇ ବିବାହର ପ୍ରତିଶ୍ରୁତି ଦେବା ପରେ ଉଭୟେ ମିଶି ଏକ ଭଡାଘରେ ରହୁଥିଲେ ।

ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହି ଆସୁଥିବା ବେଳେ ଅନ୍ୟ ଏକ ଝିଅ ସହ ଚିତ୍ରସେନଙ୍କ ସମ୍ପର୍କ ରହିଥିବା ନେଇ ଯୁବତୀ ଜଣକ ଜାଣି ପାରିଥିଲେ । ତାହା ପରଠାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ହିନ୍ଦୁ ରୀତିନୀତିରେ ବାହା ହୋଇ ସ୍ତ୍ରୀର ମାନ୍ୟତା ଦାବି କରିବାରୁ ଦିନେ ଚିତ୍ରସେନ କୁଆଡେ ଗାଏବ୍ ହୋଇଗଲା ।

ଏବେ ଚିତ୍ରସେନ ଅନ୍ୟ କାହାକୁ ବାହା ହେବାକୁ ଚେଷ୍ଟା ଚଳାଇଥିବା ସହ ଯୁବତୀଙ୍କୁ ଫୋନରେ ଧମକ ଦେଉଥିବାରୁ ତା’ଙ୍କ ଜୀବନ ଅସୁରକ୍ଷିତ ବୋଲି ଯୁବତୀ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗକୁ ଭିତ୍ତିକରି ପୋଲିସ ଚିତ୍ରସେନକୁ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking