18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଜେଇଇ ପରୀକ୍ଷାରେ ଫେଲ୍‌, ଜୀବନ ହାରିଲେ ଯୁବତୀ

ଜେଇଇ ପରୀକ୍ଷାରେ ଫେଲ୍‌, ଜୀବନ ହାରିଲେ ଯୁବତୀ

ଗୋରଖପୁର: ପରୀକ୍ଷାରେ ଅକୃତକାର୍ଯ୍ୟ ହେବାକୁ ଜୀବନର ସବୁଠୁ ବଡ଼ ହାର ବୋଲି ମାନିନେଉଥିବା ଆଶାୟୀ/ପରୀକ୍ଷାର୍ଥୀମାନେ ଚରମ ପଦକ୍ଷେପ ନେଉଛନ୍ତି। ବେଶ୍ କିଛି ସମୟ ଧରି ଏପ୍ରକାର ଘଟଣା ଭାରତରେ ବରାବର ଦେଖିବାକୁ ମିଳିଆସୁଛି। ଏସବୁ ମଧ୍ୟରେ ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରୁ ମଧ୍ୟ ଜଣେ ଯୁବତୀ ଜେଇଇ ପରୀକ୍ଷାରେ ଅକୃତକାର୍ଯ୍ୟ (ଫେଲ୍‌) ହେବା କାରଣରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏଠାରେ ୧୮ବର୍ଷୀୟା ଅଦିତି ମିଶ୍ରା ଜେଇଇ ପରୀକ୍ଷାରେ ବିଫଳ ହେବା କାରଣରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଏବଂ ଏନେଇ ସେ ନିଜ ମା’ ବାପାଙ୍କୁ ଚିଠି ଲେଖି କ୍ଷମା ପ୍ରାର୍ଥନା କରିଛନ୍ତି। ସେ ଲେଖିଯାଇଥିବା ସୁଇସାଇଡ ନୋଟ୍‌ରେ ଲେଖାଯାଇଛି ଯେ, “କ୍ଷମା କରିବ ମମି-ପାପା… ମୁଁ ପାସ୍ ହୋଇପାରିଲି ନାହିଁ। ଏହା ଆମ ସମ୍ପର୍କର ଶେଷ ଥିଲା। ତୁମେମାନେ କାନ୍ଦିବ ନାହିଁ। ତୁମେମାନେ ମୋତେ ବହୁତ ଭଲପାଇଥିଲ। ହେଲେ ମୁଁ ତୁମର ସ୍ୱପ୍ନ ପୂରଣ କରିପାରିଲି ନାହିଁ। ସାନ ଭଉଣୀର ଯତ୍ନ ନେବ, ସେ ନିଶ୍ଚିତ ଭାବରେ ତୁମର ସ୍ୱପ୍ନ ପୂରଣ କରିବ। ତୁମର ସ୍ନେହୀ ଝିଅ- ଅଦିତି।” ୧୧ ଫେବ୍ରୁଆରିରେ ଜେଇଇ ଫଳାଫଳ ଘୋଷଣା ହୋଇଥିଲା ଏଥିରେ ସେ ଫେଲ୍ ହୋଇଥିବା ଜାଣିବା ପରେ ୧୨ ଫେବ୍ରୁଆରିରେ ଆତ୍ମହତ୍ୟା କରିଥିବା କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking