24.1 C
Bhubaneswar
Sunday, October 20, 2024
Homeଅପରାଧଲିଭ୍‌ଇନ୍‌ରେ ରହୁଥିବା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଲିଭ୍‌ଇନ୍‌ରେ ରହୁଥିବା ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ : ଲିଭ୍‌ଇନ୍‌ରେ ରହୁଥିବା ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହେଇଛି । ଗତ ଶନିବାର ଜଣେ ୨୬ ବର୍ଷୀୟା ଯୁବତୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ଯୁବକ ଜଣକ ତାଙ୍କ ବିନା ଅନୁମତିରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ସହ ତାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓ ସୁଟିଂ କରିଛନ୍ତି । ଖାଲି ସେତିକି ନୁହେଁ ଅଭିଯୁକ୍ତ ଯୁବକଙ୍କ ନିକଟରେ ତାଙ୍କର କିଛି ଜରୁରୀ କାଗଜପତ୍ର ରହିଥିବା ମଧ୍ୟ ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସେ ଆହୁରି କହିଛନ୍ତି କି, ଯୁବକ ଜଣକ ଭିଡିଓ ଓ ଫଟୋ ଉଠାଇବା ପରେ ସେ ସବୁକୁ ତାଙ୍କ ବାପା-ମା’ଙ୍କ ନିକଟକୁ ପଠାଇଛନ୍ତି । ଫଳରେ ସେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍‌ଇନ୍‌ରେ ରହୁଥିଲେ । ଲିଭ୍‌ଇନ୍‌ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ । ଏବଂ ତାଙ୍କୁ ଶୀଘ୍ର ବିବାହ କରିବାକୁ କହୁଥିଲେ । ଫଳରେ ସେ ଘରକୁ ଫେରିଆସିଥିଲେ । ଘରକୁ ଆସିବା ପରେ ଅଭିଯୁକ୍ତ ତାଙ୍କୁ ଧମକ ଦେଇଥିଲା । ପୁଣି ଥରେ ତା ନିକଟକୁ ଫେରିବାକୁ କହିଥିଲା । ହେଲେ ଯୁବତୀ ମନା କରିଦେବାରୁ ତାଙ୍କ ବାପା-ମା’ଙ୍କ ନିକଟକୁ ଆପତ୍ତିଜନକ ଫଟୋ ଯୁବକ ପଠାଇଥିବା ସେ କହିଛନ୍ତି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଚଳାଇଛି । ଅଭଯୁକ୍ତକୁ ଧରିବାକୁ ପ୍ରୟାସ କରୁଛି । ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking