କଟକ: କଟକ ବାଦାମବାଡି ଥାନା ଅଞ୍ଚଳରେ ତିନି ମହଲ ଛାତରୁ ପଡି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଯୁବତୀଙ୍କ ନାମ ହେଲା ବର୍ଷା ତ୍ରିପାଠୀ ।ଗତକାଲି ରାତି ସାଢେ ସାଢେ ୧୧ଟା ସମୟରେ ସେ ରାତିରେ ଫୋନରେ ଗପୁଥିଲେ । ତାପରେ ଛାତରୁ ପଡି ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ତେବେ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ହେଲା । ଛାତରୁ ଖସି ପଡିବା ଯୋଗୁ ନା କେହି ତାଙ୍କୁ ଠେଲି ଦେବାରୁ ନା ଅନ୍ୟ କିଛି କାରଣ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ତାହା ସନ୍ଦେହ ଘେରରେ । ଯୁବତୀ ଭଡାରେ ରହୁଥିବା ବେଳେ ବିଭିନ୍ନ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲେ । ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଚଳାଇଛି ।










