25.1 C
Bhubaneswar
Monday, January 12, 2026
Homeଅପରାଧଯୋଗୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବତୀ ଗିରଫ

ଯୋଗୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବତୀ ଗିରଫ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମହିଳାଙ୍କୁ ପୁଲିସ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା କରିବାର ଧମକ ଦେଇଥିବା ମାମଲାରେ ମୁମ୍ବାଇ ପୁଲିସ ଜଣେ ୨୪ ବର୍ଷୀୟା ମହିଳାଙ୍କୁ ଗିରଫ କରିଛି। ଅଭିଯୁକ୍ତ ମହିଳାଙ୍କ ନାମ ଫାତିମା ଖାନ। ଫାତିମା ଖାନ ଶିକ୍ଷିତ, କିନ୍ତୁ ପୋଲିସ ସୂତ୍ର ଅନୁଯାୟୀ ସେ ମାନସିକସ୍ତରରେ ଅସ୍ଥିର ଅଟନ୍ତି। ପୋଲିସ ଅଭିଯୁକ୍ତା ମହିଳାଙ୍କୁ ପଚରାଉଚରା କରୁଛି। ଶନିବାର ଦିନ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମର ହ୍ବାଟସ୍ ଆପ୍ ନମ୍ବରରେ ଏକ ଅଜ୍ଞାତ ନମ୍ବରରୁ ଏକ ବାର୍ତ୍ତା ଆସିଥିଲା ​​ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ସେହି ବାର୍ତ୍ତାରେ ଲେଖାଥିଲା ଯେ ଯଦି ଯୋଗୀ ୧୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ଏନସିପି ନେତା ବାବା ସିଦ୍ଦିକିଙ୍କ ଭଳି ଗୁଳି କରି ହତ୍ୟା କରାଯିବ। ପୁଲିସ କହିଛି ଯେ ଅନୁସନ୍ଧାନ ବେଳେ ଫାତିମା ଖାନ ଏହି ବାର୍ତ୍ତା ପଠାଇଥିବା ସ୍ବୀକାର କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking