29.1 C
Bhubaneswar
Saturday, October 5, 2024
Homeଅପରାଧକାମରୁ ବାହାର କରିଦେବା ଧମକ ଦେଇ ବିଦେଶୀ ମହିଳାଙ୍କ ସହ ୫ବର୍ଷ ଧରି ଯୁବକ....

କାମରୁ ବାହାର କରିଦେବା ଧମକ ଦେଇ ବିଦେଶୀ ମହିଳାଙ୍କ ସହ ୫ବର୍ଷ ଧରି ଯୁବକ….

ମୁମ୍ବାଇ: ବିଦେଶୀ ମହିଳାଙ୍କୁ କାମରୁ ବାହାର କରିଦେବା ଧମକରେ ଜଣେ ଯୁବକ ଦୀର୍ଘ ୫ ବର୍ଷ ଧରି ଦୁଷ୍କର୍ମ କରିଛି । ଏହି ମହିଳା ଜଣଙ୍କ ଘର ମାକ୍ସିକୋ ଓ ସେ ମୁମ୍ବାଇରେ ଡିଜେ ଭାବେ କାମ କରୁଥିଲେ । ଅଭିଯୁକ୍ତ ଜଣକ ମଧ୍ୟ ଜଣେ ଡିଜେ । ସେ ଏହି ବିଦେଶୀ ମହିଳାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଡିଜେ ଭାବେ ନିୟୋଜିତ କରୁଥିଲା । ତେବେ ୫ ବର୍ଷ ତାଙ୍କୁ ଦୁଷ୍କର୍ମ କରିବା ଓ ବାଧା ଦେଲେ କିମ୍ବା ଅଭିଯୋଗ କଲେ, ତାଙ୍କୁ କାମରୁ ବାହାର କରିଦେବାକୁ ଅଭିଯୁକ୍ତ ଧମକ ଦେଉଥିଲା ।

ଗତକାଲି ବିଦେଶୀ ମହିଳାଜଣକ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଆଜି ୩୫ ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛି । ଅଭିଯୋଗ ସମ୍ପର୍କରେ ବାନ୍ଦ୍ରା ପୋଲିସର ସୂଚନା ଅନୁସାରେ, ୨୦୧୭ ରେ ପ୍ରଥମ ଥର ଅଭିଯୁକ୍ତ ସହ ସୋସିଆଲ ମିଡିଆରେ ପରିଚିତ ହୋଇଥିଲେ ମହିଳା । ଅଭିଯୁକ୍ତ ମଧ୍ୟ ଜଣେ ଡିଜେ ହୋଇଥିବାରୁ ସେ ମହିଳାଙ୍କୁ ମୁମ୍ବାଇରେ କାମ କରିବା ପାଇଁ ଅଫର କରିଥିଲେ । ଏହା ପରେ ମହିଳାଜଣକ ୨୦୧୯ ରେ ମୁମ୍ବାଇ ଆସିଥିଲେ । ଯୁବକଙ୍କ ଦ୍ୱାରା ପରିଚାଳିତ ଡିଜେ କମ୍ପାନୀରେ ମହିଳା କାମ କରିବା ନେଇ କିଛି ଚୁକ୍ତିନାମା ମଧ୍ୟ ହୋଇଥିଲା ।

ମହିଳାଜଣଙ୍କ ବାନ୍ଦ୍ରାରେ ଏକ ଭଡା ଫ୍ଲାଟରେ ରହି କାମ କରିଥିଲେ । ଏକାଧିକ କାର୍ଯ୍ୟକ୍ରମରେ ଉଭୟ ଡିଜେ ଭାବେ କାମ କରିଥିଲେ । ପରେ ଏହି ଅଭିଯୁକ୍ତ ମହିଳାଙ୍କ ସହ ବଳପୂର୍ବକ ଶାରିରୀକ ସମ୍ପର୍କ ରଖିଥିଲେ । ଏଥିରେ ସହମତ ନହେଲେ କିମ୍ବା ଏକଥା ବାହାରେ ପ୍ରକାଶ କଲେ, ଏଗ୍ରୀମେଣ୍ଟରୁ ବାହାର କରିଦେବା ପାଇଁ ଧମକ ଦେଇଥିଲେ । ଅଭିଯୋଗକାରିଣୀଙ୍କ ଅନୁସାରେ, ଏହି ଯୁବକଜଣକ ୨୦୨୦ ରେ ବିବାହ କରିବା ପରେ ମଧ୍ୟ ପୀଡିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ପୀଡିତାଜଣକ ଗତ ସପ୍ତାହରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଏହି ୩୫ ବର୍ଷୀୟ ଡିଜେ ମ୍ୟାନେଜର ଅଭିଯୁକ୍ତକୁ ଆଜି ଗିରଫ କରାଯାଇଛି । ତା’ ବିରୋଧରେ ଦୁଷ୍କର୍ମ, ମହିଳା ବିରୋଧୀ ହିଂସା ଓ ହତ୍ୟା ଧମକ ପରି ଏକାଧିକ ସଙ୍ଗୀନ ଦଫା ସହ ମାମଲା ରୁଜୁ କରି କୋର୍ଟ ଫରୱାର୍ଡ କରାଯାଇଛି । ଉଭୟଙ୍କ ମଧ୍ୟରେ କାମକୁ ନେଇ କ’ଣ ଚୁକ୍ତିନାମା ହୋଇଥିଲା ଓ ଏଥିରେ ଆଉ କି’ଏ ସମ୍ପୃକ୍ତ ସେନେଇ ତଦନ୍ତ ଜାରି ରହିଥିବା ବାନ୍ଦ୍ରା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking