22.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଯୁବକ ଚଷମାରେ ଲଗାଇଥିଲେ ଗୁପ୍ତ କ୍ୟାମେରା; ଶେଷରେ କ’ଣ ହେଲା ଜାଣନ୍ତୁ..

ଯୁବକ ଚଷମାରେ ଲଗାଇଥିଲେ ଗୁପ୍ତ କ୍ୟାମେରା; ଶେଷରେ କ’ଣ ହେଲା ଜାଣନ୍ତୁ..

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ଏକ ବଡ଼ ଖବର ଆସିଛି । ଏଠାରେ ରାମ ଜନ୍ମଭୂମି ପରିସରରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଯୁବକ ଜଣକ ନିଜେ ପିନ୍ଧିଥିବା ଚଷମାରେ ଗୁପ୍ତ କ୍ୟାମେରା ଲଗାଇଥିଲେ, ଯାହା ମାଧ୍ୟମରେ ସେ ରାମ ମନ୍ଦିର ପରିସରରେ ବୁଲି ଫଟୋ କ୍ଲିକ୍ କରୁଥିଲେ । ଅଭିଯୁକ୍ତ ଯୁବକ ଭଦୋଦରା ନିବାସୀ । ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି । ଏହି ଯୁବକ ତାଙ୍କ ଚଷମାରେ ଏକ କ୍ୟାମେରା ଲଗାଇଥିଲେ । ଏହା ମାଧ୍ୟମରେ ସେ ରାମ ମନ୍ଦିର ପରିସରରେ ବୁଲି ଫଟୋ କ୍ଲିକ୍ କରୁଥିଲେ । ଘଟଣାସ୍ଥଳରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ସନ୍ଦେହ ହେବାରୁ ସେ ଚଷମାର ଯାଞ୍ଚ କରିଥିଲେ । ଯାଞ୍ଚରେ ଚଷମା ଭିତରୁ ଏକ ଗୁପ୍ତ କ୍ୟାମେରା ମିଳିଥିଲା । ଗିରଫ ଯୁବକଙ୍କୁ ପୋଲିସ ପଚରାଉଚରା କରୁଛି । ଗୁଇନ୍ଦା ଏଜେଣ୍ଟମାନେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ଗତକାଲି ସନ୍ଧ୍ୟାର ବୋଲି ଜଣାପଡ଼ିଛି । ୟୁପି ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିର ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଭକ୍ତ ଏବଂ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଆଲର୍ଟ ମୋଡରେ ରହିଛି । ଭକ୍ତଙ୍କ ସୁବିଧା ପାଇଁ ଏଠାରେ ବିଭିନ୍ନ ବ୍ୟବସ୍ଥା କରାଯାଉଛି । ପୂର୍ବରୁ ଖବର ରହିଥିଲା ଯେ ମନ୍ଦିରରେ ଭକ୍ତଙ୍କ ସୁବିଧା ପାଇଁ ଲିଫ୍ଟ ବ୍ୟବସ୍ଥା କରାଯିବ, ଯାହା ଦ୍ୱାରା ଭକ୍ତମାନଙ୍କୁ ପ୍ରଥମ ମହଲା ଉପରକୁ ଯିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking