କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଲଜ୍ଜାଜନକ ଘଟଣା। ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଗର୍ଭବତୀ କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ ଫେରାର୍ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପ୍ରଘଟ ହେବା ପରେ ଆଜି ଆନନ୍ଦପୁର ଥାନା ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଗ୍ରାମବାସୀ ଏକାଠି ହୋଇ ଗାଁରେ ଥିବା ଧର୍ମପୀଠରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଖବରପାଇ କେନ୍ଦୁଝର ଏସପି, ଆନନ୍ଦପୁର ଏସଡପିଓ, ସମସ୍ତ ଥାନା ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ସେପଟେ କଲେଜ୍ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ । ସହପାଠୀଙ୍କ ସହ ସକାଳେ ୧୦ଟାରେ କଲେଜ୍ ଫେରୁଥିବା ସମୟରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ କିଛି ଦୁବୃର୍ତ୍ତ ଯୋର ଜବରଦସ୍ତ ଗାଡିଭିତରକୁ ଟାଣିନେଇ ଅପହରଣ କରିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ପାଟକୁରା ଥାନା ଅନ୍ତର୍ଗତ ନୁଆପଡା – ପାଟକୁରା ରାସ୍ତାର ଯମୁନାବାଦ ଗଡା ନିକଟରେ ଘଟିଛି ଏଭଳି ଏକ ଅପହରଣ ଘଟଣା । ଖବରପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସିସିଟିଭି ଯାଂଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।










