ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ କରମଡିହି ବରୁଣ ଢାବା ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ଶୋଚନୀୟ ଭାବେ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଶବକୁ ଜବତ କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା ତଦନ୍ତ ଚଳାଇଛି । ମୃତକଙ୍କ ପରିଚୟ ମିଳିନାହିଁ । ଆଜି ସକାଳେ ପ୍ରାୟ ୫ଟାରେ ଘଟଣା ଘଟିଥିବା କୁହାଯାଇଛି । ଯୁବକ ଜଣଙ୍କ ଚାଲିଚାଲି ଯାଉଥିବା ବେଳେ କୌଣସି ଏକ ଭାରୀଯାନ ଧକ୍କା ଦେଇ ଫେରାର ହୋଇଯାଇଛି । ଧକ୍କାରେ ଯାଇଥିବା ଅନୁମାନ କରାଯାଇଛି ।










