ଗୁରୁଗ୍ରାମ: ଗୁରୁଗ୍ରାମର ଏକ ମଲ୍ ବାହାରେ ଥିବା ଏକ ସ୍ପା ରେ ରିସେପ୍ସନିଷ୍ଟ ଭାବରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କ ସମ୍ବେଦନଶୀଳ ଅଭିଯୋଗ । ପ୍ରତିଦିନ ତାଙ୍କୁ ୧୦ ରୁ ୧୫ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥା’ନ୍ତି ବୋଲି କହିଛନ୍ତି । ପରିବାରରେ ଆର୍ôଥକ ଦୁର୍ବଳତା ଥିବାରୁ ସେ ସେଠାରେ କାର୍ଯ୍ୟ କରୁଥିଲେ । ଏହି ସ୍ପା ଏକ ବେଶ୍ୟାଳୟ ପରି ଚାଲିଛି ବୋଲି ସେ କହିଛନ୍ତି । ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପୀଡିତା ହେଉଛନ୍ତି ଜଣେ ରିକ୍ସା ଚାଳକର ଝିଅ । ସେ ଗଭୀର ନିର୍ଯାତନାର ଶିକାର ହୋଇଛନ୍ତି । ଜଣକ ପରେ ଜଣେ ବ୍ୟକ୍ତି କୋଠରୀ ଭିତରେ ପଶି ତାଙ୍କୁ ବଳାତ୍କାର କରୁଥିବା ସେ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବୁଧବାର ମହିଲା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି ।
ପୋଲିସ କହିଛି ଯେ ସେ ସ୍ପା ମାଲିକ ଏବଂ ଅନ୍ୟ ତିନି ଜଣଙ୍କ ବିରୋଧରେ ଗଣବଳାତ୍କାର ଏବଂ ଅପରାଧିକ ଧମକ ମାମଲା ରୁଜୁ କରିଛନ୍ତି । ପୋଲିସ କହିଛି ଯେ ସେମାନେ ଯୁବତୀଙ୍କ ବିବୃତ୍ତିର ସତ୍ୟତା ଯାଞ୍ଚ କରୁଛି । ଯୁବତୀଙ୍କ ବକ୍ତବ୍ୟରେ କିଛି କଥା ସ୍ପଷ୍ଟ ହୋଇନାହିଁ । ଯୁବତୀ କହିଛନ୍ତି ଯେ ତାଙ୍କ ଭିଡିଓ ତିଆରି କରି ସ୍ପା ଚଳାଉଥିବା ଲୋକମାନେ ତାଙ୍କୁ ସବୁବେଳେ ଧମକ ଦେଉଥିଲେ । ଯେଉଁମାନେ ଅଧିକ ଟଙ୍କା ଦେଉଥଲେ ସେମାନଙ୍କୁ ମଧ୍ୟ କୌଣସି ସୁରକ୍ଷା ବିନା ସମ୍ପର୍କ ସ୍ଥାପନ କରିବାର ସ୍ୱାଧୀନତା ଦିଆଯାଉଥିଲା । ପରେ ତାଙ୍କୁ ତାଙ୍କୁ କିଛି ଗୋଲି ଖାଇବାକୁ ଦିଆଯାଉଥିଲା ।