31.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆଇନ ଛାତ୍ରୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ଆଇନ ଛାତ୍ରୀଙ୍କ ସହ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ତେଲେଙ୍ଗାନା: ଆନ୍ଧ୍ରପ୍ରଦେଶର ବିଶାପାଟଣାରେ ଏକ ଆଇନ ପାଠ ପଢୁଥିବା ଛାତ୍ରୀଙ୍କ ସହ ଦୁଷ୍କର୍ମ ହେବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ପରେ ଆପତ୍ତିଜନକ ଭିଡିଓ ଜରିଆରେ ତାଙ୍କୁ ବ୍ଲାକମେଲ କରାଯାଇଛି। ପୋଲିସ କହିଛି ଯେ, ସେ ଏହି ମାମଲାରେ ସମୁଦାୟ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ପୋଲିସ ନିଜ ପ୍ରେସ ରିଲିଜରେ କହିଛି ଯେ, ୪ ଜଣ ଛାତ୍ରୀଙ୍କ ସହ ଦୁଷ୍କର୍ମ କରିବା ପରେ ବ୍ଲାକମେଲ କରିବା ପାଇଁ ଏହି ଘଟଣାର ଭିଡିଓକୁ ରେକର୍ଡିଂ କରିବାର ଅଭିଯୋଗରେ ଗିରଫ କରାଯାଇଛି। ଆଇନ ଛାତ୍ରୀଙ୍କୁ ଦୁଷ୍କର୍ମର ଅଭିଯୋଗ ତା’ର ପ୍ରେମିକ ଏବଂ ଏହି ଯୁବକଙ୍କର ୩ଜଣ ସାଙ୍ଗଙ୍କ ଉପରେ ଲଗିଛି। ପୋଲିସ ଏହା ମଧ୍ୟ କହିଛି ଯେ, ମୁଖ୍ୟ ଅଭିଯୁକ୍ତ ଏବଂ ଛାତ୍ରୀଙ୍କ ମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ସଂପର୍କ ଥିଲା।

ଅଭିଯୋଗ ମୁତାବକ, ଅଭିଯୁକ୍ତ ଜଣକ ଏହି ଛାତ୍ରୀଙ୍କୁ ନିଜ ସାଙ୍ଗଙ୍କ ରୁମକୁ ନେଇଯାଇଥିଲେ, ଯେଉଁଠାରେ ଏହି ଝିଅଟିର ଦୁଷ୍କର୍ମ କରାଯାଇଥିଲା। ପରେ ଅନ୍ୟ ଅଭିଯୁକ୍ତମାନେ ଏହି ଘଟଣାର ଭିଡିଓ କରୁଥିଲେ। ଏହାପରେ ଛାତ୍ରୀଙ୍କୁ ଏହି ଅଶ୍ଳୀଳ ଭିଡିଓ ସେୟାର କରିବାକୁ ଧମକ ଦିଆଯାଇଥିଲା ଏବଂ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking