ନୂଆଦିଲ୍ଲୀ: ଟ୍ବିଟରରେ ଖବର ପଢ଼ିବାକୁ ହେଲୋ ଦେବାକୁ ପଡିବ ଟଙ୍କା । ଆସନ୍ତା ମାସରୁ ଏଭଳି ନିୟମ ଲାଗୁ କରିବାକୁ ଯାଉଛନ୍ତି ଟ୍ୱିଟର ମାଲିକ ଏଲନ ମସ୍କ । ଟ୍ୱିଟରରେ ଖବର ପଢିବାକୁ ହେଲେ ବ୍ୟବହାରକାରୀଙ୍କୁ ମାସିକିଆ ସବସ୍କ୍ରିପସନ୍ ନେବାକୁ ପଡିବ । ଏନେଇ ମସ୍କ କହିଛନ୍ତି ନ୍ୟୁଜ୍ ପ୍ରକାଶ କରୁଥିବା କରୁଥିବା ସଂସ୍ଥାଗୁଡିକ ନିଜର ଆଟିକଲ ତଥା ନ୍ୟୁଜ୍ ପାଇଁ ଲୋକମାନଙ୍କଠୁ ଶୁଳ୍କ ଅସୁଲ କରିପାରିବେ।
ବହୁ ଲୋକଙ୍କ ପାଇଁ କଣ୍ଟେଣ୍ଟ ହେଊଛି ଆୟର ପ୍ରମୁଖ ଉତ୍ସ । ଯଦି ଆପଣମାନେ ସେଗୁଡିକୁ ପଢିବା ପାଇଁ କିଛି ପଇସା ଦେବେ। ତେବେ ସେମାନେ ଅଧିକ ସମୟ ଦେଇ ଭଲ କଣ୍ଟେଣ୍ଟ ପ୍ରସ୍ତୁତ କରିପାରିବେ । ନୂଆ ନିୟମ ଅନୁସାରେ ପ୍ରକାଶନ ସଂସ୍ଥା ପ୍ରତିଟି ଖବରରୁ ଶୁଳ୍କ ଅସୁଲ କରିପାରିବେ। ଏହା ଉଭୟ ମିଡିଆ ଏବଂ ସାଧାରଣ ଜନତାଙ୍କ ଲାଗି ଲାଭଦାୟକ ହେବ ବୋଲି କହିଛନ୍ତି ମସ୍କ । ଗତ ବର୍ଷ ଟ୍ୱିଟରକୁ ୪୪ ଶହ କୋଟି ଡଲାରରେ କିଣିବା ପରେ ମସ୍କ ବିଭିନ୍ନ ସୁବିଧା ପାଇଁ ଶୁଳ୍କ ଲାଗୁ କରିଛନ୍ତି । ବ୍ଲୁଟିକ୍ ପାଇଁ ଏବେ ମାସିକ ଶୁଳ୍କ ୯୦୦ ଟଙ୍କା ଏବଂ ଡେକ୍ସଟପ ବ୍ୟବହାରକାରୀଙ୍କ ପାଇଁ ୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।