ଲକ୍ଷ୍ନୌ: ସୋସିଆଲ ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅନୁଗାମୀ ସଂଖ୍ୟା ୨୬ ନିୟୁତ ଅତିକ୍ରମ କରିଥିବା ଜଣାପଡିଛି । ଯୋଗୀଙ୍କ ଅନୁଗାମୀ ତାଲିକାରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ, କମ୍ପାନୀ ଇତ୍ୟାଦି ରହିଥିବା ପ୍ରକାଶ । ଗତ ଅଗଷ୍ଟରେ ଯୋଗୀଙ୍କ ଅନୁଗାମୀ ସଂଖ୍ୟା ୨.୬୭ ଲକ୍ଷ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଭାରତୀୟ ରାଜନେତାଙ୍କ ମଧ୍ୟରେ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବାଧିକ ଅନୁଗାମୀ ରହିଥିବାବେଳେ ତାଙ୍କ ପଛକୁ ଯୋଗୀ ଆଦିତ୍ୟନାଥ ରହିଛନ୍ତି ।