18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶରାମ ମନ୍ଦିର ଜମି ବିବାଦ ନେଇ ତଥ୍ୟ ମାଗିଲେ ଯୋଗୀ ଅଦିତ୍ୟନାଥ

ରାମ ମନ୍ଦିର ଜମି ବିବାଦ ନେଇ ତଥ୍ୟ ମାଗିଲେ ଯୋଗୀ ଅଦିତ୍ୟନାଥ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ଜମିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀଙ୍କଠାରୁ ସୂଚନା ମାଗିଛନ୍ତି। କୁହାଯାଉଛି ଯେ ଜମି ବିଷୟରେ ମିଳିଥିବା ରିପୋର୍ଟରେ ଯୋଗୀ ସନ୍ତୁଷ୍ଟ ଅଛନ୍ତି। ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କୁ 18 କୋଟିରେ ଦୁଇ କୋଟି ମୂଲ୍ୟର ଜମି କିଣିଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ରବିବାର ଦିନ ଶ୍ରୀ ରାମ ଜନ୍ମଭୂମି  ତୀର୍ଥ କ୍ଷେତ୍ର ଟ୍ରଷ୍ଟ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସିବିଆଇ ଏବଂ ଇଡି ତଦନ୍ତ ଦାବି କରିଛନ୍ତି । ସିଂ ଲଖନଉ ରେ ଦାବି କରିଥିଲେ ଯେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସଂଗଠନର ସଦସ୍ୟ ଅନିଲ ମିଶ୍ରଙ୍କ ସହାୟତାରେ 18 କୋଟି ଟଙ୍କାରେ 2 କୋଟି ଟଙ୍କାର ଜମି କିଣିଛନ୍ତି । ସେ କହିଥିଲେ ଯେ ଏହା ଏକ ପ୍ରତ୍ୟକ୍ଷ ଅର୍ଥ ହେରଫେର ମାମଲା ଏବଂ ଏହାକୁ ସିବିଆଇ ଏବଂ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଯାଞ୍ଚ କରିବା ଉଚିତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking