22.1 C
Bhubaneswar
Sunday, November 17, 2024
Homeକର୍ପୋରେଟ୍ୟେସ ବ୍ୟାଙ୍କର ମାଲିକାନା ବିବାଦର ଅନ୍ତଃ : ନିଜ ଆଡ଼ୁ ଓହରିଲା ମଧୁ କପୁର ଗୃପ

ୟେସ ବ୍ୟାଙ୍କର ମାଲିକାନା ବିବାଦର ଅନ୍ତଃ : ନିଜ ଆଡ଼ୁ ଓହରିଲା ମଧୁ କପୁର ଗୃପ

ମୁମ୍ବାଇ : ୟେସ ବ୍ୟାଙ୍କର ମାଲିକାନକୁ ନେଇ ସୃଷ୍ଟି ହୋଇଥିବା ବିବାଦର ପରିସମାପ୍ତି ଘଟିଛି । ଦୁଇ ପ୍ରତିଷ୍ଠାତା ରାଣା କପୁର ଓ ସ୍ୱର୍ଗତ ଅଶୋକ କପୁରଙ୍କ ପତ୍ନୀ ମଧୁ କପୁରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବ୍ୟାଙ୍କ ପରିଚାଳନାକୁ ନେଇ ବିବାଦ ଲାଗି ରହିଥିଲା । ବର୍ତ୍ତମାନ ତାହାର ଅନ୍ତଃ ଘଟିଛି । ଏବେ ରାଣା କପୁର ଦୁର୍ନୀତି ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇ ଡ଼ି ) ହେପାଜତରେ ଅଛନ୍ତି । ସେପଟେ ବ୍ୟାଙ୍କର ପ୍ରତିଷ୍ଠାତା ପଦରୁ ହଟିଯିବା ଲାଗି ମଧୁ କପୁର ଗ୍ରୁପ ନିଜ ଆଡ଼ୁ ବ୍ୟାଙ୍କର କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି । ବର୍ତ୍ତମାନ ୟେସ ବ୍ୟାଙ୍କର ସମ୍ପୂର୍ଣ୍ଣ ମାଲିକାନା ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧୀନରେ ରହିଛି । ତେଣୁ ଏହାର ପୂର୍ବ ପ୍ରତିଷ୍ଠାତାଙ୍କ ଲଢେଇ ବ୍ୟାଙ୍କ ପାଇଁ କୌଣସି ଗୁରୁତ୍ୱ ରଖୁ ନାହିଁ ।
ସୂଚନାଯୋଗ୍ୟ , ୨୦୦୪ ମସିହାରେ ରାଣା କପୁର ଓ ଅଶୋକ କପୁର ମିଶି ୟେସ୍ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ । ପରେ ରାଣା ଅଶୋକଙ୍କ ଶାଳୀ ବିନ୍ଦୁ ରାଣାଙ୍କୁ ବିବାହ କରିଥିଲେ । ପରେ ଉଦ୍ଭୟ ପରିବାର ବ୍ୟବସାୟ ପାର୍ଟନରରୁ ବନ୍ଧୁ ପାଲଟି ଯାଇଥିଲେ । ଏହି ବନ୍ଧୁତା ବେଶୀ ଦିନ ତିଷ୍ଠି ପାରିନଥିଲା । ଦୃଦ୍ ଘାତରେ ଅଶୋକଙ୍କ ମୃତ୍ୟୁ ହେବା ପରେ ସବୁ ବଦଳିଯାଇଥିଲା । ରାଣା କପୁରଙ୍କ ପତିଆରା ବଢି ବଢି ଚାଲିଲା । ନିଜର ହକ୍ ପାଇବା ପାଇଁ ଅଶୋକ କପୁରଙ୍କ ପତ୍ନୀ ମଧୁ କପୁର ସଂଘର୍ଷ କରିଥିଲେ । ଏହାକୁ ନେଇ ୨୦୦୮ ପରଠାରୁ ଦଇ ପରିବାରର ବ୍ୟାଙ୍କ କ୍ଷମତାକୁ ନେଇ ମତାନ୍ତର ସୃଷ୍ଟି ହୋଇଥିଲେ । ଇତି ମଧ୍ୟରେ କିନ୍ତୁ ଉଦ୍ଭୟ ପରିବାର ବ୍ୟାଙ୍କ ସେୟାରରୁ ନିଜ ଅଂଶଧନ କମାଇ ସାରିଛନ୍ତି । ରାଣାଙ୍କ ପାଖରେ ବ୍ୟାଙ୍କର ମାତ୍ର ୯୦୦ଟି ସେୟାର ଥିବା ବେଳେ ମଧୁ କପୁର ଗଅୁପ ପାଖରେ ୧୪ କୋଟି ସେୟାର ରହିଛି ଯାହା ମୋଟ ଅଂଶଧନର ୧.୧୨ ପ୍ରତିଶତ ସହ ସମାନ । କିଛି ମାସ ତଳେ ସଙ୍କଟ ରେ ଫସି ଥିବା ୟେସ ବ୍ୟାଙ୍କକୁ ଷ୍ଟେ ବ୍ୟାଙ୍କ ସହାୟତାରେ ଉଦ୍ଧାର କରାଯାଇଛି । ନିଜଆଡ଼ୁ ମଧୁ କପୁର ଗ୍ରୁପ ଏହି ବିବାଦ ରୁ ଓହରି ଯାଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking