31.1 C
Bhubaneswar
Thursday, July 4, 2024
Homeଓଡିଶାବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଓଡିଶାରରେ ଜାରି ରହିଛି ମୌସୁମୀ ବର୍ଷା। ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିଛି ବର୍ଷା । ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ବିଜୁଳି ଆଉ ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ଼, କେନ୍ଦୁଝର, ଦେଓଗଡ, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।ଆଗାମୀ ୫ ଦିନ ଯାଏଁ ଏପରି ସମାନ ସ୍ଥିତି ରହିପାରେ। ବନ୍ୟା ନିୟନ୍ତ୍ରଣ, ନଦୀ ପୁନରୁଦ୍ଧାର ଓ ଜଳପଥର ଉନ୍ନତୀକରଣ ପାଇଁ ରାଜ୍ୟରେ ଗଠନ ହେବ ୪ଟି ବୈଷୟିକ କମିଟି । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଚଳିତ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନା ପ୍ରସ୍ତୁତିର ସମୀକ୍ଷା ସହିତ, ୪ଟି ବୈଷୟିକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking