17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବିପଦ ସଂକେତ ଉପରେ ଯମୁନା ଜଳସ୍ତର; ଦିଲ୍ଲୀରେ ପୁଣି ବନ୍ୟା ଆଶଙ୍କା

ବିପଦ ସଂକେତ ଉପରେ ଯମୁନା ଜଳସ୍ତର; ଦିଲ୍ଲୀରେ ପୁଣି ବନ୍ୟା ଆଶଙ୍କା

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣିଥରେ ବନ୍ୟା ଆଶଙ୍କା ଦେଖା ଦେଇଛି । ଦିନକ ତଳେ ଯମୁନା ନଦୀର ଜଳସ୍ତର ବିପଦ ସଂକେତ ତଳକୁ ଖସିଆସିଥିବା ବେଳେ ଶୁକ୍ରବାର ପୁଣିଥରେ ଏହା ବିପଦ ସଂତେକ ୨୦୫.୩୩ ମିଟରରେ ପ୍ରବାହିତ ହୋଇଛି । ଶୁକ୍ରବାର ସନ୍ଧ୍ୟା ୬ଟା ବେଳେ ଜଳସ୍ତର ୨୦୫.୩୪ ମିଟର ରେକର୍ଡ କରାଯାଇଛି । ଗୁରୁବାର ଜଳସ୍ତର ହ୍ରାସ ପାଇବା ପରେ ଦିଲ୍ଲୀ ସରକାର ବନ୍ୟା ସମ୍ଭାବିତ ଅଞ୍ଚଳ ଉପରେ ନଜର ରଖିବା ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ନିମନ୍ତେ ବ୍ୟବସ୍ଥା କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ରାତି ୧୦ରୁ ୧୨ଟା ମଧ୍ୟରେ ଯମୁନାର ଜଳସ୍ତର ୨୦୫.୪୫ ମିଟରରେ ପହଞ୍ଚିବାର ଆଶଙ୍କା ଥିବା କେନ୍ଦ୍ରୀୟ ଜଳ ଆୟୋଗ ଆଜି ପ୍ରଥମେ ପୂର୍ବାନୁମାନ କରିଥିଲା ।

ପରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ଏହି ପୂର୍ବାନୁମାନ ପରେ ଦିଲ୍ଲୀ ସରକାର ଅଧିକାରୀମାନଙ୍କୁ ନିଜ ନିଜ ଅଞ୍ଚଳ ଉପରେ ନଜର ରଖିବା ପରାମର୍ଶ ଦେଇଛନ୍ତି । ଯମୁନା ଜଳସ୍ତର ରେକର୍ଡ ଭାଙ୍ଗି ଜୁଲାଇ ୧୩ ତାରିଖରେ ୨୦୮.୪୫ ମିଟରର ଉଚ୍ଚତମ ସ୍ତରରେ ପହଞ୍ଚିଥିଲା । ଆଠଦିନ ପର୍ଯ୍ୟନ୍ତ ବିପଦ ସଂକେତ ଉପରେ ପ୍ରବାହିତ ହେବା ପରେ ମଙ୍ଗଳବାର ରାତି ଆଠଟା ବେଳେ ଜଳସ୍ତର ୨୦୫.୩୩ (ବିପଦ ସଂକେତ) ତଳକୁ ଆସିଥିଲା । ବୁଧବାର ସକାଳ ୫ଟା ବେଳେ ଏହା ଆହୁରି ହ୍ରାସପାଇ ୨୦୫.୨୨ ମିଟରରେ ପହଞ୍ଚିଥିଲା । ମାତ୍ର ପରେ ଏହା ବୃଦ୍ଧିପାଇ ବିପଦ ସଂକେତ ପାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking