28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଏଣିକି ଯମୁନାକୁ ବୋହିବନି ମଇଳା ପାଣି

ଏଣିକି ଯମୁନାକୁ ବୋହିବନି ମଇଳା ପାଣି

ନୂଆଦିଲ୍ଲୀ : ଦେଶର ସବୁଠାରୁ ପ୍ରଦୂଷିତ ନଦୀଭାବେ ଯମୁନା କୁଖ୍ୟାତିଲାଭ କରୁଛି । ରାଜଧାନୀ ଦିଲ୍ଲୀ ପାଇଁ ଆବଶ୍ୟକ ପଡୁଥିବା ଜଳର ୫୦ ପ୍ରତିଶତ ଯମୁନା ନଦୀ ହିଁ ଅଣାଯାଇଥାଏ । ବର୍ତ୍ତମାନ ଯମୁନା ଜଳର ବ୍ୟାପକ ପ୍ରଦୂଷଣ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଆଗକୁ ଏହି ସମସ୍ୟାର ପୁନରାବୃତ୍ତି ଘଟିବ ନାହିଁ ବୋଲି ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଉଛି । ନ୍ୟାସନାଲ ମିଶନ ଫର୍ କ୍ଲିନ୍ ଗଙ୍ଗା (ଏନ୍‌ଏମ୍‌ସିଜି)ର ମହାନିର୍ଦ୍ଦେଶକ ଜି.ଅଶୋକ କୁମାର କହିଛନ୍ତି ଯେ ୨୦୨୩ ଜାନୁଆରୀ ପହିଲାରୁ ଦିଲ୍ଲୀ ସହରର କୌଣସି ମଇଳା ପାଣି ଯମୁନା ଗର୍ଭରେ ପଡିବ ନାହିଁ । ବର୍ତ୍ତମାନ ୧୮ଟି ବିରାଟକାୟ ଡ୍ରେନ୍ ଯୋଗେ ଦିଲ୍ଲୀର ମଇଳା ପାଣି ଯମୁନାକୁ ଛଡାଯାଉଛି । ନୂତନ ଯୋଜନା ଅନୁଯାୟୀ ଏହି ଡ୍ରେନ୍‌ପାଣିର ଗତିପଥକୁ ସ୍ୱେରେଜ୍ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍ ଆଡକୁ ମୁହାଁଇ ଦିଆଯିବ । ଉକ୍ତ ପ୍ଲାଣ୍ଟ୍‌ରେ ଦୂଷିତ ଜଳକୁ ରାସାୟନିକ ପଦ୍ଧତିରେ ବିଶୋଧନ କରାଯିବାପରେ ପୁଣି ଯମୁନାକୁ ଛଡାଯିବ ଏବଂ ଦିଲ୍ଲୀବାସୀ ପୂର୍ବପରି ଶୁଦ୍ଧ ଜଳ ପାଇପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ୧୩୦୦ କିମି ଦୈର୍ଘ୍ୟ ବିଶିଷ୍ଟ ଯମୁନା ନଦୀର କେବଳ ୨ ପ୍ରତିଶତ ଅଂଶ (ପ୍ରାୟ ୨୨ କିମି) ଦିଲ୍ଲୀ ନିକଟରେ ପ୍ରବାହିତ ହେଉଥିବାବେଳେ ଯମୁନାର ମୋଟ ପ୍ରଦୂଷଣର ୯୮ ପ୍ରତିଶତ ପାଇଁ କେବଳ ଦିଲ୍ଲୀ ହିଁ ଦାୟୀ ବୋଲି ଏକ ସର୍ଭେରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking