24.1 C
Bhubaneswar
Wednesday, February 4, 2026
Homeଖେଳଡବ୍ଲୁଡବ୍ଲୁଇର ଚାମ୍ପିଅନ ହଲ୍କ ହୋଗାନଙ୍କ ପରଲୋକ

ଡବ୍ଲୁଡବ୍ଲୁଇର ଚାମ୍ପିଅନ ହଲ୍କ ହୋଗାନଙ୍କ ପରଲୋକ

ନୂଆଦିଲ୍ଲୀ: ଡବ୍ଲୁଡବ୍ଲୁଇର ଚାମ୍ପିଅନ ହଲ୍କ ହୋଗାନଙ୍କ ୭୧ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଖବର ସାରା ଦେଶରେ ଶୋକ ସୃଷ୍ଟି କରିଛି। ଫ୍ଲୋରିଡାର କ୍ଲିୟରୱାଟରସ୍ଥିତ ବାସଭବନରେ ହୃଦ୍‌ଘାତରେ ହୋଗାନଙ୍କ ଦେହାନ୍ତ ହୋଇଛି । ପୁଲିସ ଓ ମେଡିକାଲ ଟିମ୍ ଖବର ପାଇ ହୋଗାନଙ୍କ ଘରେ ପହଞ୍ଚିଥିଲେ । ପରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା, କିନ୍ତୁ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ହଲ୍କ ହୋଗାନ ଛଅଟି ଡବ୍ଲୁଡବ୍ଲୁଇ ଚାମ୍ପିଅନସିପ୍ ଜିତିଛନ୍ତି, ସିନେମା, ଟେଲିଭିଜନ ଶୋ ଏବଂ ନିଜର ଆନିମେଟେଡ୍ ସିରିଜରେ ଅଭିନୟ ମଧ୍ୟ କରିଛନ୍ତି।

୧୯୭୭ରେ ଆମେରିକାର ଜର୍ଜିଆରୁ ରେସଲିଂ ଆରମ୍ଭ କରିଥିବା ହୋଗାନ ୧୯୮୦ ଦଶକରେ ‘ହଲ୍କମାନିଆ’ ସହ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ସିଗନେଚର ଲେଗ ଡ୍ରପ ମୁଭ ଓ ନାଲି ପୋଷାକ ତାଙ୍କୁ ଲୋକପ୍ରିୟ କରିଥିଲା । କିଛି ସପ୍ତାହ ପୂର୍ବରୁ, ସୋସିଆଲ ମିଡିଆରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅନେକ କଥା କୁହାଯାଉଥିଲା । କିଛି ଲୋକ ଏପରି ମଧ୍ୟ କହିଥିଲେ ଯେ ସେ କୋମାରେ ଅଛନ୍ତି, କିନ୍ତୁ ତାଙ୍କ ପତ୍ନୀ ଏସବୁ କଥାକୁ ଗୁଜବ ବୋଲି କହିଥିଲେ। ହଲ୍କ ହୋଗାନ ଡବ୍ଲୁଡବ୍ଲୁଇରେ ବହୁତ ପ୍ରସିଦ୍ଧି ଅର୍ଜନ କରିଥିଲେ ଏବଂ ପ୍ରଚୁର ସମ୍ପତ୍ତି ଅର୍ଜନ କରିଥିଲେ।

ସେ ନୋ ହୋଲ୍ଡସ୍ ବାର୍ଡ, ମିଷ୍ଟର ନାନି ଏବଂ ୩ ନିଞ୍ଜାସ୍: ହାଇ ନୂନ୍ ଆଟ୍ ମେଗା ମାଉଣ୍ଟେନ୍ ଭଳି ସିନେମା ଏବଂ ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି । ଏହା ବ୍ୟତୀତ ସେ ଭିଏଚ୧ର ରିଆଲିଟି ଶୋ’ ହୋଗାନ ନୋଜ୍ ବେଷ୍ଟରେ ମଧ୍ୟ କାମ କରିଛନ୍ତି । ହୋଗାନ୍ କେବଳ ଡବ୍ଲୁଡବ୍ଲୁଇରୁ ଟଙ୍କା ରୋଜଗାର କରିନଥିଲେ, ବରଂ ତାଙ୍କର ଅନେକ ବ୍ୟବସାୟ ମଧ୍ୟ ଥିଲା । ୨୦୧୨ ମସିହାରେ, ସେ ନିଜର ବାର୍ ଏବଂ ରେଷ୍ଟୁରାଣ୍ଟ, ହୋଗାନ୍ସ ବିଚ୍ ସପ୍ ଖୋଲିଥିଲେ, କିନ୍ତୁ ୨୦୧୫ ମସିହାରେ, ହୋଗାନ୍ ଜାତିଭେଦପୂର୍ଣ୍ଣ ମନ୍ତବ୍ୟ ଦେଉଥିବାର ରେକର୍ଡିଂ ସାମ୍ନାକୁ ଆସିବା ପରେ ରେଷ୍ଟୁରାଣ୍ଟ ତାଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଇଥିଲା । ଏହା ବ୍ୟତୀତ, ସେ କ୍ଲିୟରୱାଟର ଏବଂ ଅର୍ଲାଣ୍ଡୋରେ ହୋଗାନ୍ସ ବିଚ୍ ବ୍ରାଣ୍ଡର ଖୁଚୁରା ଦୋକାନ ମଧ୍ୟ ଖୋଲିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking