27.1 C
Bhubaneswar
Sunday, September 29, 2024
Homeଖେଳବାଂଲାଦେଶ ଟେଷ୍ଟ ବିଜୟ ପରେ ବଦଳିଲା ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲ

ବାଂଲାଦେଶ ଟେଷ୍ଟ ବିଜୟ ପରେ ବଦଳିଲା ଟେଷ୍ଟ ଚମ୍ପିଆନସିପର ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୫୧୩ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଆସିଥିବା ବାଂଲାଦେଶ ଦମଦାର ପାଳି ଆରମ୍ଭ କରିଥିଲା । କିନ୍ତୁ ପରେ ଭୁଷୁଡି ପଡିଥିଲା ସମ୍ପୂର୍ଣ୍ଣ ବ୍ୟାଟିଂ ଅର୍ଡର । ଫଳରେ ଏହି ମ୍ୟାଚକୁ ୧୮୮ ରନରେ ହାତେଇଛି ରାହୁଲ ସେନା । ଏହି ମ୍ୟାଚରେ ବିଜୟ ପରେ ସେପଟେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲରେ ଆସିଛି ଏକ ବଡ ପରିବର୍ତ୍ତନ ।

ବାଂଲାଦେଶ ବିପକ୍ଷ ଏହି ଟେଷ୍ଟ ବିଜୟ ପଏଣ୍ଟ ଟେବୁଲରେ ଖୁବ ଫାଇଦା ଦେଇଛି । ଏହି ବିଜୟ ଭାରତକୁ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚାଇଛି । ଚଳିତର୍ବେ ମୋଟ ୧୩ଟି ମ୍ୟାଚ ଖେଳି ୭ଟି ମ୍ୟାଚରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ସେହିପରି ୪ଟି ମ୍ୟାଚରେ ପରାଜୟର ସାମନା କରିଥିବା ବେଳେ ୨ଟି ମ୍ୟାଚ ଡ୍ର ରଖିବାରେ ଦଳ ଫେଳ ହୋଇଛି । ଦଳ ନାମରେ ଏବେ ମୋଟ ୮୭ ପଏଣ୍ଟ ରହିଥିବା ବେଳେ ବିଜୟର ପ୍ରତିଶତ ୫୫.୭୭ ପ୍ରତିଶତ ରହିଛି । ତେବେ ଏହି ବିଜୟ ପ୍ରତିଶତ ଦ୍ୱାରା ହିଁ କୌଣସି ଟିମର ରାଙ୍କିଙ୍ଗ ନିର୍ଣ୍ଣୟ କରାଯାଇଥାଏ । ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଅଷ୍ଟ୍ରେଲିଆ ୧୩ଟି ଟେଷ୍ଟରୁ ୯ଟି ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ଏବେ ପ୍ରଥମ ସ୍ଥାନରେ ରହିଛି । ଦଳର ବିଜୟ ପ୍ରତିଶତ ୭୬.୯୨ ରହିଛି ।

ସୂଚନା ଅନୁସାରେ, ଦ୍ୱିତୀୟ ଇନିଂସରେ ନାଜମୁଲ ହୋସେନ ଶାଣ୍ଟୋ ଏବଂ ଜାକିର ହସନ ୧୨୪ ରନର ପାର୍ଟନରସିପ କରିଥିଲେ । କିନ୍ତୁ ଏହାପରେ ଏକ ବଡ ଭାଗିଦାରୀ କରିବାକୁ ଅସମର୍ଥ ହୋଇଥିଲା ବାଂଲାଦେଶ । ଅବଶ୍ୟ ଅଧିନାୟକ ଶାକିବ ଅଲ ହାସନ ଗୋଟିଏ ପଟରେ ରହି ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ, ୮୪ ରନରେ ପାଭିଲିୟନ ଫେରିଯାଇଥିଲେ । ମ୍ୟାଚର ଶେଷ ଦିନରେ ବାଂଲାଦେଶକୁ ବିଜୟ ପାଇଁ ୨୪୧ ରନର ଆବଶ୍ୟକତା ଥିବା ବେଳେ ଭାରତକୁ ମାତ୍ର ୪ଟି ୱିକେଟ ଆବଶ୍ୟକ ରହିଥିଲା । ତେବେ ମାତ୍ର ୫୨ ରନ ଭିତରେ ବାଂଲାଦେଶ ନିଜର ଏହି ୪ଟି ୱିକେଟ ହରାଇଛି ଏବଂ ୩୨୪ ରନରେ ଅଲଆଉଟ ହୋଇ ମ୍ୟାଚକୁ ବି ହାତଛଡା କରିଛି ଦଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking