32.1 C
Bhubaneswar
Saturday, October 19, 2024
Homeଖେଳଡବ୍‌ଲ୍ୟୁଟିଏ ର‌୍ୟାଙ୍କିଙ୍ଗ: ଶୀର୍ଷ ୧୦ରେ ମାଇଆ ପ୍ରଥମ ବ୍ରାଜିଲ୍ ମହିଳା ଖେଳାଳି

ଡବ୍‌ଲ୍ୟୁଟିଏ ର‌୍ୟାଙ୍କିଙ୍ଗ: ଶୀର୍ଷ ୧୦ରେ ମାଇଆ ପ୍ରଥମ ବ୍ରାଜିଲ୍ ମହିଳା ଖେଳାଳି

ପ୍ୟାରିସ୍ : ରବିବାର ଏଠାରେ ଫ୍ରେଞ୍ଚ୍ ଓପନ୍ ଶେଷ ହେବା ପରେ ସୋମବାର ଏଟିପି ଓ ଡବ୍‌ଲ୍ୟୁଟିଏ ପକ୍ଷରୁ ସଦ୍ୟ ର‌୍ୟାଙ୍କିଙ୍ଗ୍ ପ୍ରକାଶ ପାଇଛି । ଡବ୍‌ଲ୍ୟୁଟିଏ ର‌୍ୟାଙ୍କିଙ୍ଗ୍‌ରେ ବ୍ରାଜିଲ୍‌ର ବିଟ୍ରିଜ୍ ହଡ୍ଡାଡ୍ ମାଇଆ ଶୀର୍ଷ ୧୦ ଖେଳାଳି ମଧ୍ୟରେ ସାମିଲ୍ ହୋଇ ଏ କ୍ଷେତ୍ରରେ ଦେଶର ପ୍ରଥମ ମହିଳା ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ପୂର୍ବ ସପ୍ତାହରେ ଚତୁର୍ଦ୍ଦଶ ସ୍ଥାନରେ ଥିବା ମାଇଆ ଚମତ୍କାର ପ୍ରଦର୍ଶନ ପୂର୍ବକ ଗତ ଫ୍ରେଞ୍ଚ୍ ଓପନ୍‌ରେ ସେମିଫାଇନାଲ୍‌ରେ ପହଞ୍ଚି ୫୫ ବର୍ଷ ପରେ ନିଜ ଦେଶର ପ୍ରଥମ ମହିଳା ଖେଳାଳି ହୋଇଥିଲେ ।

କ୍ୱାର୍ଟର୍ ଫାଇନାଲ୍‌ରେ ୨୭ ବର୍ଷୀୟା ମାଇଆ ଟ୍ୟୁନିସିଆର ଓନ୍ସ ଜାବିଉର୍‌ଙ୍କୁ ପରାସ୍ତ କରି ବିପର୍ଯ୍ୟୟ ଘଟାଇଥିଲେ । ତେବେ କ୍ରମାଗତ ଦ୍ୱିତୀୟ ଟାଇଟଲ୍ ହାସଲ କରିଥିବା ପୋଲାଣ୍ଡ୍‌ର ଏକ ନମ୍ବର ଖେଳାଳି ଇଗା ସ୍ୱିଆଟେକ୍‌ଙ୍କଠାରୁ ପରାସ୍ତ ହେବା ଫଳରେ ମାଇଆଙ୍କୁ ବିଦାୟ ନେବାକୁ ପଡ଼ିଥିଲା । ମହିଳା ସିଙ୍ଗଲ୍ସରେ ରନର୍ସଅପ୍ ହୋଇଥିବା ଚେକ୍ ଗଣରାଜ୍ୟର କ୍ୟାରୋଲିନା ମୁଚୋଭା ୪୩ତମ ସ୍ଥାନରୁ ଷୋଡ଼ଶ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି ।

ଅସୁସ୍ଥତା କାରଣରୁ ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରୁ ଓହରିଯାଇଥିବା ୱିମ୍ବଲଡନ୍ ଚାମ୍ପିଅନ୍ ଏଲିନା ରିବାକିନା ତୃତୀୟ ସ୍ଥାନରେ ଥିବା ବେଳେ କ୍ୟାରୋଲିନ୍ ଗାର୍ସିଆ ଚତୁର୍ଥରେ ରହିଛନ୍ତି । ଏହାଛଡ଼ା ଜେସିକା ପେଗୁଲା ତୃତୀୟରୁ ପଞ୍ଚମ ସ୍ଥାନକୁ ଖସିଯାଇଛନ୍ତି । ଅନ୍ୟପକ୍ଷରେ ରବିବାର ତୃତୀୟ ଥର ପାଇଁ ଫ୍ରେଞ୍ଚ୍ ଓପନ୍‌ରେ ଚାମ୍ପିଅନ୍ ହୋଇ ରେକର୍ଡ ୨୩ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ପରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ଏଟିପି ର‌୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ସେମିଫାଇନାଲ୍‌ରେ ଜୋକୋଭିଚ୍‌ଙ୍କଠାରୁ ହାରିଥିବା ସ୍ପେନ୍‌ର କାର୍ଲୋସ୍ ଆଲକାରାଜ୍ ଦ୍ୱିତୀୟ ସ୍ଥାନକୁ ଖସିଆସିଥିବା ବେଳେ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିବା ରୁଷିଆର ଡାନିଲ୍ ମେଡଭେଡେଭ୍ ତୃତୀୟରେ ଓ ରନର୍ସଅପ୍ ନରୱେର କ୍ୟାସ୍‌ପର୍ ରୁଡ୍ ଚତୁର୍ଥ ସ୍ଥାନରେ ରହିଛନ୍ତି । ତେବେ ଗତ ଜାନୁଆରୀଠାରୁ କୌଣସି ପେସାଦାର ଟୁର୍ଣ୍ଣାମେଣ୍ଟ୍‌ରେ ଖେଳି ପାରି ନ ଥିବା ସ୍ପେନ୍‌ର ରାଫେଲ୍ ନାଡାଲ୍ ଶୀର୍ଷ ୧୦୦ରୁ ବାଦ୍ ପଡ଼ି ୧୩୬ତମ ସ୍ଥାନରେ ପହଞ୍ଚିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking