17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଜ୍ଞାନବାପିରେ ଜାରି ରହିବ ପୂଜାପାଠ: ଆହ୍ଲାବାଦ ହାଇକୋର୍ଟ

ଜ୍ଞାନବାପିରେ ଜାରି ରହିବ ପୂଜାପାଠ: ଆହ୍ଲାବାଦ ହାଇକୋର୍ଟ

ବାରାଣସୀ: ଜ୍ଞାନବାପି ମସଜିଦ ପରିସରସ୍ଥ ବେସମେଣ୍ଟର ଦକ୍ଷିଣ କୋଠରି ଭିତରେ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ପୂଜା କରିବାକୁ ବାରାଣସୀ ଅଦାଲତ ଦେଇଥିବା ଅନୁମତି ବିରୋଧରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି କରିଥିବା ଆବେଦନକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ। ଏଥି ସହ ହିନ୍ଦୁପକ୍ଷ ଜ୍ଞାନବାପି ପରିସରରେ ପୂଜା କରିପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଜଷ୍ଟିସ ରୋହିତ ରଞ୍ଜନ ଅଗ୍ରୱାଲଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠ ଆଡ୍‌ଭୋକେଟ ଜେନେରାଲଙ୍କୁ ଜ୍ଞାନବାପି ମସଜିଦ ପରିସରର ଭିତରେ ଓ ବାହାରେ ଆଇନଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୬ରେ ହେବ।ସୂଚନାଯୋଗ୍ୟ, ଜ୍ଞାନବାପି ମସଜିଦର ଦକ୍ଷିଣ କୋଠରିରେ ପୂଜା କରିବାକୁ ଅନୁମତି ଦେଇଥିବା ଜିଲ୍ଲା ଜଜଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ମସଜିଦ୍ କମିଟି ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ତେବେ ମସଜିଦ କମିଟିକୁ ଏହା ବଦଳରେ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ କୁହାଯାଇଥିଲା। କୌଣସି ଆଶ୍ୱସ୍ତି ଦେବାକୁ ମନା କରି ହାଇକୋର୍ଟ କହିଛନ୍ତି ଯେ ପ୍ରଶାସନ ସଂପୃକ୍ତ ଅଂଚଳରେ ସୁରକ୍ଷା ସ୍ଥିତି ସୁନିଶ୍ଚିତ କରିବା ପାଇଁ ପଦକ୍ଷେପ ନେବାକୁ ହେବ। ତେବେ କୌଣସି ନୂଆ ନିର୍ମାଣ ହୋଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଜ୍ଞାନବାପି ମସଜିଦ ପରିସରରେ ପୂଜା ପାଇଁ ଜିଲ୍ଲା ଅଦାଲତଙ୍କ ନିଷ୍ପତ୍ତିକୁ ସ୍ଥଗିତ ରଖାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ରିପୋର୍ଟରେ ଜ୍ଞାନବାପି ମସଜିଦ୍ ନିର୍ମାଣ ପୂର୍ବରୁ ଏକ ବଡ଼ ହିନ୍ଦୁ ମନ୍ଦିର ଥିବା ଜଣାପଡ଼ିବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଆବେଦନ କରାଯାଇଥିଲା। ହିନ୍ଦୁ ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି ଯେ ବିବାଦୀୟ ଜ୍ଞାନବାପି ମସଜିଦ ସ୍ଥଳରେ ପୂର୍ବରୁ ଏକ ମନ୍ଦିର ଥିଲା ଏବଂ ୧୭ଶ ଶତାବ୍ଦୀରେ ମୋଗଲ ସମ୍ରାଟ୍ ଔରଙ୍ଗଜେବଙ୍କ ନିର୍ଦ୍ଦେଶକ୍ରମେ ଏହାକୁ ଭଙ୍ଗାଯାଇଥିଲା। ତେବେ ଏହି ଦାବିକୁ ମୁସଲମାନ ପକ୍ଷ ପ୍ରତ୍ୟାଖ୍ୟାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking