27.1 C
Bhubaneswar
Sunday, November 24, 2024
Homeଓଡିଶାଛତୁଆ ଓ ସୁଜିରେ ପୋକ, ବିପଦରେ ଶିଶୁ

ଛତୁଆ ଓ ସୁଜିରେ ପୋକ, ବିପଦରେ ଶିଶୁ

ରାଜନଗର: ରାଜ୍ୟ ସରକାର ମହିଳା ଓ ଶିଶୁ ବିକାଶ ବିଭାଗକୁ ୫-ଟି ଯୋଜନାରେ ସାମିଲ କରିଛନ୍ତି । ଗର୍ଭବତୀ, ପ୍ରସୂତି ଓ ଶିଶୁମାନେ ଅପପୁଷ୍ଟିର ଶିକାର ନହେବା ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ବିଭାଗକୁ ଦାୟିତ୍ୱ ଦିଆଯାଇଛି । ଛତୁଆ, ସୁଜି, ଲଡ଼ୁରେ ଉନ୍ନତମାନର ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଛି । ଗୋଷ୍ଠୀର ମହିଳାମାନେ ଛତୁଆ ପ୍ରସ୍ତୁତ କରି ପ୍ରତ୍ୟେକ ଅଙ୍ଗନବାଡି କେନ୍ଦ୍ରକୁ ମାସ ଶେଷ ସୁଦ୍ଧା ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଛି ।

ଛତୁଆ ପ୍ରସ୍ତୁତି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁପରଭାଇଜର୍ ଓ ମିଶନଶକ୍ତି ସଂଯୋଜିକା ଛତୁଆ ପ୍ୟ।।କେଟ ହେବା ପର୍ଯ୍ୟନ୍ତ ଉପସ୍ଥିତ ରହିବା କଥା । ମାତ୍ର ଦାୟିତ୍ୱରେ ଥିବା ଅଧିକାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ନଯାଇ କେବଳ ଗୋଟିଏ ଦିନ ମହିଳା ଗୋଷ୍ଠୀଙ୍କ ସହ ଫଟୋ ଉଠାଇ ନିଜର କାମ ସାରି ଦେଉଥିବା ଅଭିଯୋଗ ହୋଇଛି । ସ୍ୱୟଂ ସହାୟିକା ଗୋଷ୍ଠୀ ନାମରେ ଦଲାଲମାନେ ଛତୁଆ ବଣ୍ଟନ ଦାୟିତ୍ୱ ନେଇଥିବାରୁ ଠିକ୍ ସମୟରେ ଛତୁଆ ଯୋଗାଣ ନହେବା ଓ ଅସ୍ୱାସ୍ଥ୍ୟକର ପରିବେଶରେ ଛତୁଆ ପ୍ରସ୍ତୁତ ହୋଇ ମଲା ବୁଢ଼ିଆଣି ଓ ପୋକ ବାହାରିବା ଘଟଣା ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃୃଷ୍ଟି କରିଛି ।

ରାଜନଗର ବ୍ଲକର ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ ଥିବା ମା’ ବୁଢ଼ୀ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ବାଲିଚନ୍ଦ୍ରପୁରକୁ ୨୧ଟି ପଞ୍ଚାୟତର ୧୯୧ଟି ଅଙ୍ଗନବାଡି କେନ୍ଦ୍ରକୁ ଛତୁଆ ଯୋଗାଣ ଦାୟିତ୍ୱ ଦିଆଯାଇଛି । ଚଳିତବର୍ଷ ଜୁନ୍ ଶେଷ ସମୟରେ ଛତୁଆ ଅଙ୍ଗନବାଡି କେନ୍ଦ୍ରକୁ ଯୋଗାଇ ନପାରିବାରୁ ଛତୁଆ ଦିବସ ଫେଲ ମାରିଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଛତୁଆ ଯୋଗାଣ କରାଯାଇଥିଲା ।

ଏହି ବ୍ଲକ ହାତିନା ଅଙ୍ଗନବାଡି କେନ୍ଦ୍ରରୁ ଛତୁଆ ପାଇଥିବା ହିତାଧିକାରୀମାନେ ସୁଜି କଞ୍ଚା ଥିବା ଓ ସେଥିରେ ମଲା ବୁଢ଼ି଼ଆଣୀ ଓ ପୋକ ଦେଖି କର୍ମୀଙ୍କ ନିକଟରେ ଅଭିଯୋଗ କରିବା ସହ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କୁ ଅଭିଯୋଗ କରିଥିବା ଜଣାପଡିଛି । ଫଳରେ ଶିଶୁ ଓ ଗର୍ଭବତି, ପ୍ରସୂତିମାନେ ଏହାକୁ ଖାଇଲେ ବିପଦରେ ପଡିବେ ବୋଲି ଅଭିଯୋଗ ହେଉଛି । ସେହିପରି ବୁଢ଼ୀ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ଯୋଗାଉଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ରର ହିତାଧିକାରୀମାନେ ସମାନ ଅଭିଯୋଗ କରିଥିବା ଜଣାପଡିଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ବାଜମ ଆରା ବେଗମଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତଦନ୍ତ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking