30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶଦୁନିଆର ଭୟଙ୍କର ଭୂତ ଗାଁ, ଯେଉଁଠାରେ ବୁଲନ୍ତି ଆତ୍ମା

ଦୁନିଆର ଭୟଙ୍କର ଭୂତ ଗାଁ, ଯେଉଁଠାରେ ବୁଲନ୍ତି ଆତ୍ମା

ନୂଆଦିଲ୍ଲୀ: ଦୁନିଆରେ ଅନେକ ଭିନ୍ନ ଭିନ୍ନ ସ୍ଥାନ ଅଛି ଯାହା ବିଷୟରେ ଆମେ ଅଧିକ ଜାଣିନାହୁଁ । ଏଭଳି କିଛି ସ୍ଥାନ ରହିଛି ଯାହା ପରିତ୍ୟକ୍ତ ହୋଇ ରହିଥାଏ । କାଣଣ ଏଠାରେ କିଛି ରହସ୍ୟମୟୀ ଘଟଣା ଘଟିଥାଏ । ଲୋକମାନେ ଏଭଳି ସ୍ଥାନକୁ ଯିବାକୁ ମଧ୍ୟ ଭୟ କରନ୍ତି । ଏହି ସ୍ଥାନର କାହାଣୀ ଏପରି ଥାଏ, ଯାହା ବିଷୟରେ ଶୁଣିଲେ ଲୋକଙ୍କ ଲୋମ ଟାଙ୍କୁରି ଉଠେ । କିନ୍ତୁ ଅନେକ ଥର କିଛି କାହାଣୀ ଆମକୁ କେବଳ ଥଟ୍ଟା ପରି ମନେହୁଏ, କିନ୍ତୁ ଯେଉଁମାନେ ସେମାନଙ୍କୁ ଅନୁଭବ କରିଛନ୍ତି ସେମାନେ ବିଶ୍ୱାସ କରନ୍ତି ଯେ ପ୍ରତ୍ୟେକ କାହାଣୀରେ କିଛି ସତ୍ୟତା ରହିଛି । ଏପରି ଏକ ସ୍ୱତନ୍ତ୍ର କାହାଣୀ ବ୍ରିଟେନର ଗାଁରେ ମଧ୍ୟ ରହିଛି, ଯାହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ସବୁଠାରୁ ଭୟଙ୍କର ବୋଲି ପ୍ରମାଣିତ ହୋଇଛି । କାରଣ ଏହି ଗାଁରେ ସବୁବେଳେ କିଛି ନା କିଛି ଅଜବ ଘଟଣା ଘଟିଥାଏ ।
ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଏହି ଗାଁ ୧୯୮୯ ମସିହାରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସବୁଠାରୁ ଭୟଙ୍କର ଗ୍ରାମ ଭାବରେ ରେକର୍ଡ କରାଯାଇଥିଲା । ଏଠାରେ ରହିବା ସାଧାରଣ ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ କହିଲେ କମ୍ ହେବ ନାହିଁ । କାରଣ ଏହା ଏକ ଭୁତ ଗାଁ । ଏହି ସ୍ଥାନରେ ପାଖାପାଖି ୧୦୦୦ ଲୋକ ବାସ କରନ୍ତି ଏବଂ ସେମାନେ ସବୁବେଳେ ଗାଁରେ ଅଜବ ଶବ୍ଦ ଶୁଣିବାକୁ ପାଆନ୍ତି । କେଣ୍ଟରେ ଅବସ୍ଥିତ ଏହି ପ୍ଲକ୍ଲି ନାମକ ଗାଁ ହେଉଛି ଭିନ୍ନ । ଏଠାରେ ଭୂତ ରହିଥିବା ଲୋକମାନେ ବିଶ୍ୱାସ କରନ୍ତି ।
କୁହାଯାଏ ୧୮ତମ ଶତାବ୍ଦୀରେ ଏହି ଗାଁରେ କେହି ଜଣେ ମୃତ୍ୟୁବରଣ କରିଥିଲେ । ସେହି ସମୟ ପରଠାରୁ ସେହି ଲୋକର ଭୂତ ସେହି ଅଞ୍ଚଳରେ ବୁଲୁଛି । ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ ଏହି ବ୍ୟକ୍ତିଙ୍କୁ ଖଣ୍ଡାରେ ହତ୍ୟା କରାଯାଇ ଏକ ଗଛରେ ଟାଙ୍ଗି ଦିଆଯାଇଥିଲା । ଅନ୍ୟପଟେ ଲୋକମାନେ ଜଙ୍ଗଲରେ ଜଣେ ଶିକ୍ଷକଙ୍କ ମୃତଦେହକୁ ମଧ୍ୟ ଅନେକ ଥର ଦେଖବାକୁ ପାଆନ୍ତି । କେବଳ ଏତିକି ନୁହେଁ ଜଣେ ଶ୍ରମିକଙ୍କ ଉପରେ ଭଙ୍ଗା କାନ୍ଥ ପଡ଼ିଯିବା ପରେ ସେ ମୃତ୍ୟୁ ବରଣ କରିଥିଲେ । କୁହାଯାଏ ଯେ ସେହି ଶ୍ରମିକର ଚିତ୍କାର ସବୁବେଳେ ଗାଁରେ ଶୁଣିବାକୁ ମିଳେ । ୧୧୦୦ ମସିହାରେ ମଧ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା, ଯାହାର ଆତ୍ମା ଚର୍ଚ୍ଚ ପରିସରରେ ଏବେ ବି ବୁଲୁଛି । ଲୋକମାନେ ସେହି ଆତ୍ମାକୁ ରେଡ୍ ଲେଡି ବୋଲି କୁହନ୍ତି ।
ଲୋକମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏଠାରେ ଏକ ହ୍ଵାଇଟ ଲେଡିର ଭୂତ ମଧ୍ୟ ରହିଛି, ଯିଏ ଚର୍ଚ୍ଚରେ ବୁଲୁଥିବାର ଦେଖାଯାଏ । ଅନେକ ଲୋକ ଏହି ଆତ୍ମାକୁ ଲାଇବ୍ରେରୀରେ ମଧ୍ୟ ଦେଖିଛନ୍ତି, ଯାହା ୧୯୫୨ ମସିହାରେ ଜଳିବା କାରଣରୁ ନଷ୍ଟ ହୋଇଯାଇଥିଲା । ଯେଉଁମାନେ ଦିନରେ ଏଠାରେ ଥିବା ଜଙ୍ଗଲରେ ବୁଲନ୍ତି, ସେମାନେ ଅଜବ ଶବ୍ଦ ଶୁଣିବାକୁ ପାଇଥାନ୍ତି । ତେବେ ଏଭଳି ଭୂତ ଗାଁରେ ଲୋକମାନେ ଏବେ ବି ରହୁଛନ୍ତି, ଯାହା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜର କଥା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking