ନୂଆଦିଲ୍ଲୀ : କଳାଧଳା ଯୁଗରୁ ଆରମ୍ଭ ହୋଇ ଟେଲିଭିଜନ ଏବେ ସ୍ମାର୍ଟ ଏଲଇଡି ସ୍ତରରେ ପହଞ୍ଚିଲାଣି। ୧୯୯୬ ନଭେମ୍ବର ୨୧ରେ ବିଶ୍ବରେ ପ୍ରଥମ ଟେଲିଭିଜନ ଫୋରମ୍ ଆୟୋଜିତ ହୋଇଥିଲା। ୧୯୯୭ ଡିସେମ୍ବରରେ ଜାତିସଂଘ ନଭେମ୍ବର ୨୧ତାରିଖକୁ ଆନୁଷ୍ଠନିକ ଭାବେ ଟେଲିଭିଜନ ଦିବସ ପାଳନ କରିବାକୁ ଘୋଷଣା କଲା। ଜନ୍ ବେଆର୍ଡ ୧୯୨୫ ଅକ୍ଟୋବର ୨ରେ ଟେଲିଭିଜନ ମାଧ୍ୟମରେ ପ୍ରଥମେ ଚିତ୍ର ପ୍ରସାରଣ ଆରମ୍ଭ କରିଥିଲେ। ସର୍ବେକ୍ଷଣରୁ ଜଣାପଡ଼ିଛି, ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ତୁଳନାରେ ବୟସ୍କ ଅଧିକ ସଂଖ୍ୟାରେ ଟିଭି ଦେଖୁଛନ୍ତି। ବୟସ୍କ ପୁରୁଷମାନେ ସମ୍ବାଦ ଦେଖିବାକୁ ପସନ୍ଦ କରୁଥିବାବେଳେ ମହିଳାମାନେ ଧାରାବାହିକ ପ୍ରତି ଆକୃଷ୍ଟ। ବିଶ୍ବରେ ଆମେରିକା ବାସିନ୍ଦା ସବୁଠୁ ଅଧିକ ସମୟ ଟିଭି ଦେଖୁଥିବା ଜଣାପଡ଼ିଛି।