31.1 C
Bhubaneswar
Monday, October 21, 2024
Homeଦେଶ ବିଦେଶବିଶ୍ୱ ଇଡ୍‌ଲି ଦିବସ: ସ୍ୱିଗିର ବାର୍ଷିକ ରିପୋର୍ଟ; ବର୍ଷକରେ ୩୩ ନିୟୁତ ପ୍ଲେଟ୍ ଇଡ୍‌ଲି ଅର୍ଡର...

ବିଶ୍ୱ ଇଡ୍‌ଲି ଦିବସ: ସ୍ୱିଗିର ବାର୍ଷିକ ରିପୋର୍ଟ; ବର୍ଷକରେ ୩୩ ନିୟୁତ ପ୍ଲେଟ୍ ଇଡ୍‌ଲି ଅର୍ଡର ମିଳିଛି

ନୂଆଦିଲ୍ଲୀ: ଭାରତୀୟଙ୍କ ପ୍ରାତଃ ଜଳଖିଆ ମେନୁରେ ଇଡ୍‌ଲିର ସ୍ୱତନ୍ତ୍ର ସ୍ଥାନ ରହିଛି । ସାଉଥ୍ ଇଣ୍ଡିଆନ ରେସ୍ତୋରାଁ ହେଉ କିମ୍ବା ରାସ୍ତାକଡର ଠେଲା ଦୋକାନୀ, ଏହି ଆଇଟମ୍ ପ୍ର।।ୟତଃ ଉପଲବ୍ଧ ହୋଇଥାଏ । ଚାଉଳ ଓ ବିରିରୁ ପ୍ରସ୍ତୁତ ଇଡ୍‌ଲିକୁ ଭାରତୀୟମାନେ ବିଶେଷଭାବେ ପସନ୍ଦ କରିଥାନ୍ତି । ବିଶ୍ୱ ଇଡ୍‌ଲି ଦିବସ ଉପଲକ୍ଷେ ନିକଟରେ ଫୁଡ୍ ଡେଲିଭେରୀ କମ୍ପାନୀ ସ୍ୱିଗି ପକ୍ଷରୁ ବାର୍ଷିକ ରିପୋର୍ଟ ପ୍ରକାଶ କରାଯାଇଛି ।

ତଦନୁଯାୟୀ ବିଗତ ଏକବର୍ଷ (୨୦୨୨ ମାର୍ଚ୍ଚ ୩୦-୨୦୨୩ ମାର୍ଚ୍ଚ ୨୫) ମଧ୍ୟରେ କମ୍ପାନୀ ଭାରତରେ ମୋଟ ୩୩ ନିୟୁତ ପ୍ଲେଟ୍ ଇଡ୍‌ଲି ଡେଲିଭେରୀ କରିଛି । ଗ୍ରାହକଙ୍କ ଜଳଖିଆ ତାଲିକାରେ ଇଡ୍‌ଲି ସର୍ବାଗ୍ରେ ରହିଥିବା ଜଣାପଡିଛି । ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ଚେନ୍ନାଇରେ ସବୁଠାରୁ ଅଧିକ ଲୋକ ଇଡ୍‌ଲି ଅର୍ଡର କରିଥିବା ରିପୋର୍ଟରୁ ଜଣାପଡିଛି । ଏହାପଛକୁ ଦିଲ୍ଲୀ, କୋଲକାତା, କୋଚି, ମୁମ୍ବାଇ, କୋଏମ୍ବାଟୁର, ପୁଣେ, ବିଶାଖାପାଟଣା ଭଳି ସହର ରହିଛି । ତେବେ ସବୁଠାରୁ ଉଲ୍ଲେଖନୀୟ ପ୍ରସଙ୍ଗ ହେଉଛି ଗତବର୍ଷ ଜଣେ ଗ୍ରାହକ ବର୍ଷ ତମାମ ମୋଟ ୬ ଲକ୍ଷ ଟଙ୍କାର (୮୪୨୮ ପ୍ଲେଟ୍‌) ଇଡ୍‌ଲି ଅର୍ଡର କରିଛନ୍ତି ।

ଭାରତରେ ଅଧିକାଂଶ ଗ୍ରାହକ ପ୍ରାତଃ ଜଳଖିଆ ପାଇଁ ଇଡ୍‌ଲି ଅର୍ଡର କରୁଥିବାବେଳେ ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର ଓ ମୁମ୍ବାଇରେ ଲୋକେ ରାତ୍ରୀଭୋଜନ ପାଇଁ ମଧ୍ୟ ଏହା ମଗାଉଥିବା ରିପୋର୍ଟରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking