19.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶବିଶ୍ଵ ହିନ୍ଦୀ ଦିବସ: ହିନ୍ଦୀକୁ କିପରି ମିଳିଲା ରାଷ୍ଟ୍ରଭାଷାର ମର୍ଯ୍ୟାଦା

ବିଶ୍ଵ ହିନ୍ଦୀ ଦିବସ: ହିନ୍ଦୀକୁ କିପରି ମିଳିଲା ରାଷ୍ଟ୍ରଭାଷାର ମର୍ଯ୍ୟାଦା

ବ୍ୟୁରୋ : ଭାରତରେ ଅନେକ ଭାଷାରେ ଲୋକମାନେ କଥାବାର୍ତ୍ତା କରନ୍ତି। କେତେକଙ୍କର ନିଜସ୍ୱ ସାହିତ୍ୟ ଏବଂ ବ୍ୟାକରଣ ମଧ୍ୟ ଅଛି। ସେଥିମଧ୍ୟରୁ ହିନ୍ଦୀ ଭାଷାରେ ଦେଶର ଅଧିକାଂଶ ରାଜ୍ୟରେ ଲୋକମାନେ କଥାବାର୍ତ୍ତା କରନ୍ତି। ଆଜି ଅର୍ଥାତ୍ ୧୪ ସେପ୍ଟେମ୍ବର ଦିନ ସାରା ଦେଶରେ ହିନ୍ଦୀ ଦିବସ ଭାବରେ ପାଳନ କରାଯାଏ। ଭାଷାର ମହତ୍ତ୍ୱ ପ୍ରଦର୍ଶନ ଏବଂ ଆଲୋକିତ କରିବା ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, କାର୍ଯ୍ୟାଳୟ ଏବଂ ଅନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଆମର ରାଷ୍ଟ୍ରିୟ ଭାଷା ହିନ୍ଦୀ । କ’ଣ ଆପଣ ଜାଣନ୍ତି କି ହିନ୍ଦୀକୁ କିପରି ଆମର ରାଷ୍ଟ୍ରିୟଭାଷାର ମର୍ଯ୍ୟାଦା ମିଳିଥିଲା…

ହିନ୍ଦୀ ଭାରତୀୟ ଗଣରାଜ୍ୟ ଏବଂ ମଧ୍ୟ ଭାରତୀୟ ମାନଙ୍କର ଆର୍ଯ୍ୟ ଭାଷା ଅଟେ । ୨୦୦୧ ଜନଗଣନା ଅନୁସାରେ ପ୍ରାୟ ୨୫.୭୯ କୋଟି ଭାରତୀୟ ହିନ୍ଦୀକୁ ମାତୃଭାଷା ରୂପେ ବ୍ୟବହାର କରୁଥିଲେ । ୧୯୯୮ ପୂର୍ବରୁ ବିଶ୍ଵରେ ସର୍ବାଧିକ କଥିତ ଭାଷା ରୂପେ ହିନ୍ଦୀ ବ୍ୟବହୃତ ହେଉଥିଲା ଏବଂ ସାରା ବିଶ୍ଵ ରେ ହିନ୍ଦୀ ତୃତୀୟ ସ୍ଥାନରେ ରହିଥିଲା । ୧୯୪୭ରେ ଭାରତ ଯେତେବେଳେ ଇଂରେଜ କବଳରୁ ମୁକ୍ତ ହେଲା ସେତେବେଳେ ରାଷ୍ଟ୍ର ଭାଷାକୁ ନେଇ ସମସ୍ୟା ସୃଷ୍ଟି ହେଲା । ୬ ଡିସେମ୍ବର ୧୯୪୬ ରେ ସ୍ଵାଧୀନ ଭାରତର ସମ୍ବିଧାନ ଗଠନ କରିବାକୁ ସମ୍ବିଧାନ ପ୍ରଣୟନ କରାଗଲା । ପରେ ସ୍ଵାଧୀନ ଭାରତରେ ସମ୍ବିଧାନ ୨୬ ଜାନୁଆରୀ ୧୯୫୦ ରୁ ସର୍ବତ୍ର ଲାଗୁ କରାଗଲା । କିନ୍ତୁ ସାରା ଭାରତ ପାଇଁ କେଉଁ ଭାଷାକୁ ରାଷ୍ଟ୍ର ଭାଷା ରୂପେ ଚୟନ କରାଯିବ ତାହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ଥିଲା । ଅନେକ ବିଚାର ବିମର୍ଶ ପରେ ପରିଶେଷରେ ୧୪ ସେପ୍ଟେମ୍ବର ୧୯୪୯ରେ ସମ୍ବିଧାନ ସଭାରେ ଉପସ୍ଥିତ ଥିବା ସମସ୍ତେ ଏକମତ ହୋଇ ହିନ୍ଦୀକୁ ଭାରତର ରାଷ୍ଟ୍ର ଭାଷା ହେବ ବୋଲି ନିର୍ଣ୍ଣୟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking