ସୁଭା : ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ବୁଧବାର ଫିଜିର ନାଦି ସହରରେ ୧୨ଶ ବିଶ୍ୱ ହିନ୍ଦୀ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ସଂପ୍ରତି ବିଶ୍ୱରେ ପାଶ୍ଚାତ୍ୟ ଭାଷା ଓ ସଂସ୍କୃତିର ପ୍ରଭାବ ବଢିଚାଲିଥିବାବେଳେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜୟଶଙ୍କର ତାଙ୍କ ଭାଷଣରେ ଆହ୍ୱାନ ଦେଇଛନ୍ତି । ଉପନିବେଶବାଦ ସମୟରେ ବିଶ୍ୱର ଅଧିକାଂଶ ଆଞ୍ଚଳିକ ଭାଷା ତାହାର ଗୁରୁତ୍ୱ ହରାଇସାରିଛି । ଏହାସତ୍ତ୍ୱେ ହିନ୍ଦୀ ଭଳି ଏକ ପ୍ରାଚୀନ ଭାଷାକୁ ବିଶ୍ୱରେ ଲୋକପ୍ରିୟ କରାଯାଉଥିବା ଗର୍ବର ବିଷୟ ବୋଲି ସେ କହିଛନ୍ତି । ଉତ୍ସବରେ ଫିଜି ରାଷ୍ଟ୍ରପତି ରାତୁ ୱିଲିୟମ ମାଭାଲି କାତୋନିଭେର ମଧ୍ୟ ଉପସ୍ଥିତ ଥିଲେ ।