29.1 C
Bhubaneswar
Saturday, September 28, 2024
Homeଖେଳୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ୩ୟ ରାଉଣ୍ଡରେ ଲକ୍ଷ୍ୟ

ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ୩ୟ ରାଉଣ୍ଡରେ ଲକ୍ଷ୍ୟ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ ଶଟ୍‌ଲର୍ ଲକ୍ଷ୍ୟ ସେନ୍ କୋରିଆର ଜେଓନ୍ ହ୍ୟେଓକ୍ ଜିନ୍‌ଙ୍କୁ ସିଧା ସେଟ୍‌ରେ ହରାଇ ମଙ୍ଗଳବାର ଡେକ୍‌ମାର୍କ ରାଜଧାନୀ କୋପେନ୍‌ହେଗେନ୍‌ରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ୍ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ର ପୁରୁଷ ସିଙ୍ଗଲ୍ସ ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ୨୦୨୧ର ଗତ ସଂସ୍କରଣରେ ବ୍ରୋଞ୍ଜ୍ ପଦକ ଜିତିଥିବା ଲକ୍ଷ୍ୟ ମଙ୍ଗଳବାରର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୨୧-୧୧, ୨୧-୧୨ରେ କୋରିଆ ଖେଳାଳିଙ୍କୁ ହରାଇ ଦେଇଛନ୍ତି ।

ଏକାଦଶ ସିଡ୍ ଲକ୍ଷ୍ୟ ପରବର୍ତ୍ତୀ ମ୍ୟାଚ୍‌ରେ ତୃତୀୟ ସିଡ୍ ଥାଇଲାଣ୍ଡ୍‌ର କୁନ୍‌ଲାଭତ୍ ଭିତିଦ୍‌ସର୍ନଙ୍କୁ ଭେଟିବେ । ଏହି ବିଜୟ ସହିତ ଭାରତୀୟ ଶଟଲର୍ କୋରିଆ ଖେଳାଳିଙ୍କ ଠାରୁ ପ୍ରତିଶୋଧ ନେଇଛନ୍ତି । ୨୦୨୨ ଏସିଆ ଟିମ୍ ଚାମ୍ପିଅନ୍‌ଶିପ୍‌ରେ ଜେଓନ୍ ହ୍ୟେଓକ୍ ଜିନ୍‌ଙ୍କ ସହ ଏକମାତ୍ର ମୁକାବିଲାରେ ଲକ୍ଷ୍ୟ ପରାଜିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking