27.1 C
Bhubaneswar
Saturday, October 19, 2024
Homeଓଡିଶାୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍‌: ପ୍ରିକ୍ୱାର୍ଟର୍‌ରେ ହୁସାମୁଦ୍ଦିନ୍‌

ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍‌: ପ୍ରିକ୍ୱାର୍ଟର୍‌ରେ ହୁସାମୁଦ୍ଦିନ୍‌

ତାଶକେଣ୍ଟ୍ : ଏଠାରେ ଚାଲିଥିବା ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍‌ର ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଭାରତୀୟ ପ୍ରତିଯୋଗୀ ମହମ୍ମଦ ହୁସାମୁଦ୍ଦିନ୍ । ଶୁକ୍ରବାର ସେ ୫୭ କିଗ୍ରା ଓଜନ ବର୍ଗରେ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଚୀନ୍‌ର ଲ୍ୟୁ ପିଙ୍ଗ୍‌ଙ୍କୁ ହରାଇ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ପ୍ରଥମ ରାଉଣ୍ଡ୍‌ରେ ହୁସାମୁଦ୍ଦିନ୍ କ୍ରମାଗତ ପଞ୍ଚ୍ ମାଧ୍ୟମରେ ପିଙ୍ଗ୍‌ଙ୍କୁ ମାତ୍ ଦେବାରେ ସକ୍ଷମ ହୋଇଥିଲେ ।

ଦ୍ୱିତୀୟ ରାଉଣ୍ଡ୍‌ରେ ମଧ୍ୟ ସେ ପ୍ରଥମ ରାଉଣ୍ଡ୍‌ର ଫର୍ମ ବଜାୟ ରଖିଥିଲେ । ପିଙ୍ଗ୍ ତାଙ୍କୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଶେଷରେ ହୁସାମୁଦ୍ଦିନ୍ ମ୍ୟାଚ୍‌କୁ ୫-୦ରେ ଜିତିନେଇଥିଲେ । ଆସନ୍ତା ରବିବାର ଖେଳାଯିବାକୁ ଥିବା ପ୍ରିକ୍ୱାର୍ଟର୍ ଫାଇନାଲ୍‌ରେ ତାଙ୍କର ମୁକାବିଲା ରୁଷିଆର ସାଭିନ୍ ଏଡୁଆର୍ଡଙ୍କ ସହ ହେବ ।

ତେବେ ଶୁକ୍ରବାର ଅନ୍ୟତମ ଭାରତୀୟ ବକ୍ସର୍ ଏସିଆନ୍ ଚାମ୍ପିଅନ୍‌ଶିପ୍‌ର ରୌପ୍ୟ ପଦକ ବିଜେତା ଆଶିଷ କ୍ୟୁବାର ଆର୍ଲେନ୍ ଲୋପେଜ୍‌ଙ୍କଠାରୁ ୨-୫ରେ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ଶନିବାର ଆଉ ଦୁଇ ଜଣ ଭାରତୀୟ ରିଙ୍ଗ୍‌କୁ ଓହ୍ଲାଇବେ । ସେମାନେ ହେଲେ ଆକାଶ ଓ ନିଶାନ୍ତ । ଆକାଶ ୬୭ କିଗ୍ରା ଓଜନ ବର୍ଗରେ ଚୀନ୍‌ର ଫୁ ମିଙ୍ଗକେଙ୍କୁ ଏବଂ ନିଶାନ୍ତ ୭୧ କିଗ୍ରା ଓଜନ ବର୍ଗରେ କୋରିଆର ଲି ସାଙ୍ଗମିନ୍‌ଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking