27.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌; ଭାରତୀୟ ଦଳର ନେତୃତ୍ୱ ନେବେ ନୀରଜ ଚୋପ୍ରା

ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌; ଭାରତୀୟ ଦଳର ନେତୃତ୍ୱ ନେବେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଅଲିମ୍ପିକ୍ ଚାମ୍ପିଅନ୍ ଜାଲେଭିନ୍ ଥ୍ରୋୟର୍ ନୀରଜ ଚୋପ୍ରା ଆଗାମୀ ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ । ଚାମ୍ପିଅନ୍‌ଶିପ୍ ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟ୍‌ରେ ଅଗଷ୍ଟ ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ । ଭାରତୀୟ ୨୮ ଜଣ ଆଥ୍‌ଲେଟ୍ ଏହି ଚାମ୍ପିଅନ୍‌ଶିପ୍‌ରେ ଅଂଶଗ୍ରହଣ କରିବେ । ତେବେ ଏକ ଅପ୍ରାତ୍ୟାଶିତ ଘଟଣାକ୍ରମରେ କ୍ରୀଡ଼ା ମନ୍ତ୍ରଣାଳୟ ଚାମ୍ପିଅନ୍‌ଶିପ୍‌ରେ ଭାଗ ନେବାକୁ ଥିବା ଆଥ୍‌ଲେଟ୍‌ଙ୍କ ତାଲିକା ଘୋଷଣା କରିଛି ।

ସାଧାରଣତଃ ଆଥ୍‌ଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏଏଫ୍‌ଆଇ) ଏହିପରି ଘୋଷଣା କରିଥାଏ । ଏସିଆନ୍ ରେକର୍ଡଧାରୀ ଶଟ୍ ପୁଟର୍ ତଜିନ୍ଦରପାଲ୍ ସିଂହ ତୁର୍ ଚାମ୍ପିଅନ୍‌ଶିପ୍‌ରୁ ଓହରିଯାଇଛନ୍ତି । ଜୁଲାଇରେ ଅନୁଷ୍ଠିତ ଏସିଆନ୍ ଚାମ୍ପିଅନ୍ ଅବସରରେ ଗ୍ରୋଇନ୍ ଇନ୍‌ଜୁରୀ ଯୋଗୁଁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ନାସ୍‌ନାଲ୍ ରେକର୍ଡଧାରୀ ହାଇଜମ୍ପର୍ ତେଜସ୍ୱିନୀ ଶଙ୍କର, ୮୦୦ ମିଟର ରନର୍ କେଏ୍ ଚନ୍ଦା ଏବଂ ୨୦ କିମି ୱାର୍ ପ୍ରିୟଙ୍କା ଗୋସ୍ୱାମୀ (ନାସ୍‌ନାଲ୍ ରେକର୍ଡଧାରୀ) ମଧ୍ୟ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରୁ ଓହରିଯାଇଛନ୍ତି । ଚୀନ୍‌ର ହାଙ୍ଗ୍‌ଝୁରେ ସେପ୍ଟେମ୍ବର ୨୩ରୁ ଅକ୍ଟୋବର ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏସିଆଡ୍ ଉପରେ ଫୋକସ୍ କରିବା ନିମନ୍ତେ ସେମାନେ ଏହି ନିଷ୍ପତ୍ତି ନେଇଛନ୍ତି । ୟୁଏସ୍‌ଏର ୟୁଗେନିରେ ଆୟୋଜିତ ୱାର୍ଲ୍ଡ ଆଥ୍‌ଲେଟିକ୍ ଚାମ୍ପିଅନ୍‌ଶିପ୍ ୨୦୨୨ରେ ରୌପ୍ୟ ପଦକ ଜିତିଥିବା ଡାଏମଣ୍ଡ୍ ଲିଗ୍ ଚାମ୍ପିଅନ୍ ଚୋପ୍ରା ଆଗାମୀ ଚାମ୍ପିଅନ୍‌ଶିପ୍‌ରେ ସ୍ୱର୍ଣ୍ଣ ଜିତିବା ଲକ୍ଷ୍ୟରେ ରହିଛନ୍ତି ।

ଭାରତୀୟ ମହିଳା ଦଳ: ଜ୍ୟୋତି ୟାରାଜି (୧୦୦ ମି. ହର୍ଡଲ୍ସ), ପାରୁଲ୍ ଚୌଧୁରୀ (୩୦୦୦ ମି. ଷ୍ଟିପଲ୍‌ଚେଜ୍‌), ଶାଇଲି ସିଂହ (ଲଙ୍ଗ୍ ଜମ୍ପ୍‌), ଅନୁ ରାଣୀ (ଜାଭେଲିନ୍ ଥ୍ରୋ), ଭାବନା ଜାଟ୍ (୨୦ କିମି ରେସ୍ ୱାକ୍ ।

ଭାରତୀୟ ପୁରୁଷ ଦଳ: କ୍ରିଶନ୍ କୁମାର (୮୦୦ମି.), ଅଜୟ କୁମାର ସରୋଜ (୧୫୦୦ମ.), ସନ୍ତୋଷ କୁମାର ତାମିଲାରନ୍‌ସାନ୍ (୪୦୦ମି. ହର୍ଡଲ୍ସ), ସର୍ବେଶ ଅନୀଲ୍ କୁଶାରେ (ହାଇ ଜମ୍ପ୍‌), ଅଭିନାଶ ମୁକୁନ୍ଦ ସାବ୍‌ଲେ (୩୦୦୦ମି. ଷ୍ଟିପଲ୍‌ଚେଜ୍‌), ଜେସ୍ୱିନ୍ ଆଲ୍‌ଡ୍ରିନ୍ ( ଲଙ୍ଗ୍ ଜମ୍ପ), ଏମ୍ ଶ୍ରୀଶଙ୍କର (ଲଙ୍ଗ୍ ଜମ୍ପ୍‌), ପ୍ରବୀଣ ଚିତ୍ରାଭେଲ୍ (ଟ୍ରିପଲ୍ ଜମ୍ପ୍‌), ଅବ୍‌ଦୁଲ୍ଲା ଆବୁବକର୍ (ଟ୍ରିପଲ୍ ଜମ୍ପ୍‌), ଏଲ୍‌ଡୋସ୍ ପଲ୍ (ଟ୍ରିପଲ୍ ଜମ୍ପ), ନୀରଜ ଚୋପ୍ରା (ଜାଭେଲିନ୍ ଥ୍ରୋ), ଡିପି ମନୁ (ଜାଭେଲିନ୍ ଥ୍ରୋ), କିଶୋର କୁମାର ଜେନା (ଜାଭେଲିନ୍ ଥ୍ରୋ), ଆକାଶୀପ୍ ସିଂହ (୨୦କିମି ରେସ୍ ୱାକ୍‌), ବିକାଶ ସିଂହ (୨୦ କିମି ରେସ୍ ୱାକ୍‌), ପରମଜିତ୍ ସିଂହ (୨୦ କିମି ୱାକ୍ ରେସ୍‌), ରାମ ବାବୁ (୩୫ କିମି ରେସ୍ ୱାକ୍‌), ଅମୋଜ ଜାକବ୍‌, ମହମ୍ମଦ ଆଜ୍‌ମଲ୍‌, ରାଜେଶ ରମେଶ, ଅନୀଲ୍ ରାଜାଲିଙ୍ଗମ୍‌, ମିଜୋ ଚାକୋ କୁରିଅନ୍ (ପୁରୁଷ ୪ ଗୁଣନ ୪୦୦ ମି. ରିଲେ) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking