18.1 C
Bhubaneswar
Monday, November 25, 2024
Homeଖେଳବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ: ଭାରତରୁ ଜାଭଲିନ୍ ଥ୍ରୋରେ ତିନି କ୍ରୀଡ଼ାବିତ୍ ଖେଳିବେ

ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ: ଭାରତରୁ ଜାଭଲିନ୍ ଥ୍ରୋରେ ତିନି କ୍ରୀଡ଼ାବିତ୍ ଖେଳିବେ

ବ୍ୟୁରୋ : ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପର ଆଜି ଶେଷ ଦିନ । ୮ଟି ଇଭେଣ୍ଟ ଫାଇନାଲ୍ ଥିଲେ ବି ସବୁ ଭାରତୀୟଙ୍କ ନଜର ଜାଭଲିନ୍ ଉପରେ ରହିବ। ଭାରତରୁ ଜାଭଲିନ୍ ଥ୍ରୋରେ ତିନି କ୍ରୀଡ଼ାବିତ୍ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏହା ଐତିହାସିକ ମୁହୂର୍ତ୍ତ ହେବାକୁ ଯାଉଛି। ଆଜି ନୀରଜ ଚୋପ୍ରା, ଡିପି ମନୁ ଓ କିଶୋର ଜେନା ଫାଇନାଲରେ ଖେଳିବେ । ବିଶେଷ କରି ଓଡ଼ିଆ ପୁଅ କିଶୋର ଜେନାଙ୍କ ଉପରେ ରହିବ ପୁରା ବିଶ୍ବର ନଜର ।ଯୋଗ୍ୟତା ପର୍ଯ୍ୟାୟରେ ନୀରଜ ସର୍ବାଧିକ ଦୂରତା ପାଇ ଅଲିମ୍ପିକ୍ ଟିକେଟ୍ ପାଇସାରିଥିବାରୁ ବୁଦାପେଷ୍ଟରେ ତାଙ୍କଠାରୁ ପଦକ ଆସିବା ସମ୍ଭାବନା ଅଧିକ ରହିଛି। ତେବେ ପ୍ରଥମ ଥର ବିଶ୍ବ ଚାମ୍ପିଅନ୍ସିପରେ ଭାଗ ନେଇଥିବା ମନୁ ଓ କିଶୋରଙ୍କ ଉପରେ ନୀରଜଙ୍କ ସହିତ ସମସ୍ତ ଭାରତୀୟ ପ୍ରଶଂସକଙ୍କ ନଜର ରହିବ। ଫାଇନାଲର ଷ୍ଟାର୍ଟ ଲିଷ୍ଟରେ ନୀରଜ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ମନୁ ଅଷ୍ଟମ ଓ କିଶୋର ଏକାଦଶ ସ୍ଥାନରେ ରହି ଜାଭଲିନ୍ ଫିଙ୍ଗିବେ। ଆଜି ଫାଇନାଲ୍ ଇଭେଣ୍ଟ ଭାରତୀୟ ସମୟ ରାତି ୧୧.୪୫ ରେ ଅନୁଷ୍ଠିତ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking