32.1 C
Bhubaneswar
Saturday, September 28, 2024
Homeଖେଳଚତୁର୍ଥ ଥର ଜିତିଲେ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍‌

ଚତୁର୍ଥ ଥର ଜିତିଲେ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍‌

ପ୍ୟାରିସ୍‌: ବିଶ୍ୱର ନମ୍ବର ଏକ ଟେନିସ୍ ଖେଳାଳି ପୋଲାଣ୍ଡ୍‌ର ଇଗା ସ୍ୱିଆତେକ୍ ଶନିବାର ଚଳିତ ଫ୍ରେଞ୍ଚ୍ ଓପନ୍‌ର ମହିଳା ସିଙ୍ଗଲ୍ସ ଫାଇନାଲ୍‌ରେ ୧୨ଶ ସିଡ୍ ଇଟାଲୀର ଜାସ୍ମିନ୍ ପାଓଲିନିଙ୍କୁ ୬-୨, ୬-୧ ସେଟ୍‌ରେ ହରାଇ ଚାମ୍ପିଅନ୍ ହୋଇଛନ୍ତି । ଡିଫେଣ୍ଡିଂ ଚାମ୍ପିଅନ୍ ଥିବା ସ୍ୱିଆତେକ୍‌ଙ୍କ ଏହା ପାଞ୍ଚ ବର୍ଷ ମଧ୍ୟରେ ଚତୁର୍ଥ ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ବିଜୟ । ଏହା ପୂର୍ବରୁ ସେ ୨୦୨୦, ୨୦୨୨ ଏବଂ ୨୦୨୩ରେ ଚାମ୍ପିଅନ୍ ହୋଇଥିଲେ । ସେହିପରି ଲଗାତାର ତିନି ଥର ଫ୍ରେଞ୍ଚ୍ ଓପନ୍ ଟାଇଟଲ୍ ଜିତିବାରେ ସ୍ୱିଆତେକ୍ ଜଷ୍ଟିନ୍ ହେନିନ୍ (୨୦୦୭-୦୯)ଙ୍କ ପରେ ପ୍ରଥମ ମହିଳା ଖେଳାଳି ହୋଇଛନ୍ତି । ସେମିଫାଇନାଲ୍‌ରେ ସ୍ୱିଆତେକ୍ ତୃତୀୟ ସିଡ୍ ଆମେରିକାର କୋକୋ ଗଫ୍‌ଙ୍କୁ ୬-୨, ୬-୪ରେ ହରାଇଥିଲେ । ଫାଇନାଲ୍‌ରେ ମଧ୍ୟ ପାଓଲିନିଙ୍କୁ କୌଣସି ସୁଯୋଗ ନଦେଇ ଏକତରଫା ଭାବେ ବିଜୟ ହାସଲ କରିଛନ୍ତି । ତିନିଥର ଫ୍ରେଞ୍ଚ୍ ଓପନ୍ ଜିତିଥିଲେ ମଧ୍ୟ ପୋଲାଣ୍ଡ୍ ଖେଳାଳି ଅଷ୍ଟ୍ରେଲିଆନ୍ ଓପନ୍ ଓ ୱିମ୍ବଲଡନ୍ ଟାଇଟଲ୍ ଜିତିବାରେ ସଫଳ ହୋଇପାରି ନାହାନ୍ତି । ୨୦୨୨ରେ ସେ ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍‌ରେ ପହଞ୍ଚିପାରି ଥିଲେ । ସେହିପରି ୨୦୨୩ ୱିମ୍ବଲଡନ୍ କ୍ୱାର୍ଟର୍ ଫାଇନାଲ୍‌ରୁ ବିଦାୟ ନେଇଥିଲେ । ୨୦୨୨ରେ ସେ ୟୁଏନ୍ ଓପନ୍ ଟାଇଟଲ୍ ନିଜ ନାମରେ କରିଥିଲେ ।
ଅନ୍ୟପକ୍ଷରେ ଇଟାଲୀର ପାଓଲିନିଙ୍କର ଏହା ପ୍ରଥମ ଗ୍ରାଣ୍ଡ୍‌ସ୍ଲାମ୍ ଫାଇନାଲ୍ ଥିଲା । ସେମିଫାଇନାଲ୍‌ରେ ସେ ମିରା ଆନ୍ଦ୍ରିଭାଙ୍କୁ ୬-୩, ୬-୧ରେ ମାତ୍ ଦେଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ । ଦ୍ୱାଦଶ ସିଡ୍ ପାଓଲିନି ବିପର୍ଯ୍ୟୟ ସୃଷ୍ଟି କରିବାରେ ଉଦ୍ଦେଶ୍ୟରେ ଥିଲେ ମଧ୍ୟ ସେପରି କରିପାରି ନାହାନ୍ତି । ସେ ୨୦୨୪ରେ ଅଷ୍ଟ୍ରେଲିଆନ୍ ଓପନ୍‌ର ଚତୁର୍ଥ ରାଉଣ୍ଡ୍‌ରୁ ବାଦ୍ ପଡ଼ିଥିଲେ । ସେହିପରି ୨୦୨୧, ୨୦୨୨ ଏବଂ ୨୦୨୩ରେ ୱିମ୍ବଲଡନ୍‌ର ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଥିଲେ । ୨୦୨୧ ୟୁଏସ୍ ଓପନ୍‌ର ଦ୍ୱିତୀୟ ରାଉଣ୍ଡ୍ ପର୍ଯ୍ୟନ୍ତ ଯାତ୍ରା କରିବାରେ ସଫଳ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking